ଆଠଗଡରେ ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଯୁବ ସମାଜସେବୀ।
ଆଠଗଡ ୨୭/୦୮ ( ମାନସ ରଞ୍ଜନ ସାହୁ) ଆଠଗଡ ଜଷ୍ଟ୍ ଫର ୟୁ ସେବା ସଂଘ ର ପ୍ରତିଷ୍ଠାତା ନିଜ ଜନ୍ମଦିନ କୁ ଧୂମଧାମ ରେ ପାଳନ ନ କରି ଦୋରଡ଼ ଠାରେ ଥିବା ମାନସିକ ଅନଗ୍ରସର ଶ୍ରେଣୀର ଲୋକଙ୍କ ସହିତ ଜନ୍ମଦିନ ପାଳନ କଲେ ସମାଜସେବୀ।

ମାନସିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ଜଳଖିଆ,ମିଠା ବଣ୍ଟନ କରିଥିଲେ। ଗୋବିନ୍ଦପୁର ସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ଅନ୍ତେବାସୀଙ୍କ ଠାରୁ ଆଶ୍ରିବାଦ ନେବା ସହ ଶୁଖିଲା ଖାଦ୍ୟ ବଣ୍ଟନ ସହ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ବର୍ଣବୋଧ ବଣ୍ଟନ କରିଥିଲେ। ଆଠଗଡ କୁଆଁଳ ରାସ୍ତା ରେ ଜଷ୍ଟ ଫର ୟୁ ସେବା ସଂଘ ର କର୍ମକର୍ତ୍ତା ଏବଂ ଉଦ୍ୟମାନ ଯୁବକ ଙ୍କ ସହାୟତା ରେ ୫୦ ରୁ ଉର୍ଧ୍ଵ ବୃକ୍ଷ ରୋପଣ କରି ନିଆରା ଢଙ୍ଗ ରେ ଜନ୍ମ ଦିନ ପାଳନ କଲେ ଯୁବ ସମାଜ ସେବି ସୁଧାଂଶୁ ଶେଖର ସାହୁ।
