ଆଠଗଡ ଏକଲବ୍ୟ ଏକାଡେମୀ ରେ ଗୁରୁ ଦିବସ ପାଳନ।
ଆଠଗଡ: ୦୬/୦୯ (ମାନସ ରଞ୍ଜନ ସାହୁ) ଆଠଗଡ଼ ଯାଗିଆପଡ଼ା ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ଉଠିଥିବା ଉଭୟ ଯାଗିଆପଡ଼ା ଓ ଆଠଗଡ଼ ( Only Education Study Circle & The Arts Square) ଶାଖାରେ ପ୍ରାଚୀନ ବୈଦିକ ରୀତିନୀତି ଓ ହିନ୍ଦୁ ପରମ୍ପରା ଅନୁସାରେ ସମସ୍ତ ଛାତ୍ରଛାତ୍ରୀ ଗୁରୁଦିବସ ମହାସମାରୋହରେ ପାଳନ ହୋଇଯାଇଅଛି ଏହି ପୂଜା ଅବସରରେ ୩୮୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଆଜିର ବିଜ୍ଞାନ ଯୁଗରେ ଛାତ୍ର ସମାଜ ଯେତେ ଆଗକୁ ଗଲେ ମଧ୍ୟ କୋଚିଙ୍ଗ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନେ ହିନ୍ଦୁ ସଂସ୍କୃତିକୁ ଭୁଲି ନାହାନ୍ତି। ଏହି ନିଆରା ପରମ୍ପରା ଥିଲା ପ୍ରାଚୀନ ଭାରତ ବର୍ଷରେ ପରବର୍ତ୍ତୀ ସମୟରେ ଜଣେ ମହାନ୍ ଶିକ୍ଷାବିତ୍ ଅଧ୍ୟାପକ ତଥା ଭାରତର ଦ୍ଵିତୀୟ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁ ଦିବସ ରୂପେ ପାଳନ କରାଯାଏ।

୧୮୮୮ ମସିହା ସେପମ୍ବର ୫ ତାରିଖ ଜନ୍ମ ଗ୍ରହଣ କରିଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣା ଓ ଗୁରୁ ସମାଜର ଆଦର୍ଶ ସମ୍ମାନକୁ ଏବଂ ଗୁରୁ ଶିଷ୍ୟ ପରମ୍ପରାକୁ ଆଖିରେ ରଖି ନିଜ ଜନ୍ମଦିନକୁ ୧୯୬୨ ମସିହା ଠାରୁ ଗୁରୁ ଦିବସ ରୂପେ ପାଳନ କରିଆସୁଥିଲେ। ଏହି ପବିତ୍ର ପରମ୍ପରା କୁ ଦୀର୍ଘ ଦଶ ବର୍ଷ ଛାତ୍ରଛାତ୍ରୀ ଅକ୍ଷୁଣ୍ଣ ରଖୁଛନ୍ତି ।ଛାତ୍ରଛାତ୍ରୀମାନେ ସମସ୍ତ ଗୁରୁ ମାନଙ୍କୁ ସାଦରେ ନିମନ୍ତ୍ରଣ କରିଥିଲେ। ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଦୀପ ପ୍ରଜ୍ଵଳନ କରିଥିଲେ। ପରେ ସମସ୍ତ ଗୁରୁ ମାନଙ୍କର ପାଦଧୌତ ସହ ଉତ୍ତରୀୟ ଦେଇ ଭକ୍ତିପୂତ ଭାବରେ ପୂଜାର୍ଚ୍ଚନା କରିଥିଲେ ଓ ଗୁରୁ ବନ୍ଦନା କରିଥିଲେ। ଛାତ୍ରଛାତ୍ରୀ ମାନେ ଗୁରୁ ମାନଙ୍କର ଆଶୀର୍ବାଦ ହିଁ ଆମର ଉଜ୍ଜ୍ଵଳ ଭବିଷ୍ୟତ ବୋଲି ମତ ଦେଇଥିବା ବେଳେ, ଛାତ୍ର ସୋଭମ୍ ଗୁରୁ ସାଙ୍ଗରେ ଥିଲେ ପୃଥିବୀର କୌଣସି ଶକ୍ତି ଶିଷ୍ୟମାନଙ୍କୁ ଭାଙ୍ଗି ପାରେ ନାହିଁ ବୋଲି କହିଥିଲେ ଓ ସମସ୍ତ ଗୁରୁଙ୍କୁ ଏକା ସାଥ୍ରେ ପାଇବା ସୌଭାଗ୍ୟ ବିଷୟ ବୋଲି କହିଥିଲେ । ଛାତ୍ରିଗଣ ସୁନ୍ଦର ଭାବେ ଗୁରୁ ବନ୍ଦନା ସଙ୍ଗୀତ ଗାନ କରିଥିଲେ । ଓଜସ୍ଵିନି ଛାତ୍ର ଛାତ୍ରୀ ଗଣ ନିଜର ମତବ୍ୟକ୍ତ ଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ ୩୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମାନୀତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ନିଜର ଅଭିଭାଷଣ ରଖିଥିଲେ। କେନ୍ଦ୍ର ପରିଚାଳକ ଶ୍ରୀ ରସାନନ୍ଦ ରାଉତ ଏହି ନିଆରା ପରମ୍ପରା କୋଚିଙ୍ଗ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଓ ଏହା ହିନ୍ଦୁତ୍ଵର ଏକ ପୁନଃ ଜାଗରଣ ଗୁରୁଶିଷ୍ୟ ମାନଙ୍କର ମଧୁର ସମ୍ପର୍କ ଯାହା ଛାତ୍ରଛାତ୍ରୀ ମାନଙ୍କର ସଂସ୍କାର ଓ ଆଦର୍ଶ ସୂଚାଉଛି ବୋଲି ମତ ରଖୁଥିଲେ। ଉପସ୍ଥିତ ସମସ୍ତ ଗୁରୁବୃନ୍ଦ ଛାତ୍ରଛାତ୍ରୀ ମାନଙ୍କର ଏହି ନିଆରା ପୂଜା ଦେଖି ଅତ୍ୟନ୍ତ ଖୁସି ହୋଇ ପରମ୍ପରାକୃ ଆଗେଇ ନେଇଥିଲେ ଓ ସମସ୍ତେ ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବାଦ କରିଥିଲେ। ପରେ ଛାତ୍ରଛାତ୍ରୀ ଗୁରୁ ମାନଙ୍କର ଚରଣରେ ସାଷ୍ଟାଙ୍ଗରେ ପ୍ରଣାମ କରିଥିଲେ। ଆମକୁ ଆମ ଏକଲବ୍ୟ ପରିବାର ସଂସ୍କାର ସବୁବେଳେ ଦେଇ ଆସିଛି ବୋଲି ଛାତ୍ରୀ ରୂପାଲି , ସରିତା, ଅର୍ପିତା, ରୁଦ୍ର, ସୁଭ୍ରକାନ୍ତ, ବର୍ଷା , ପାପୂଲ୍, ସୋନାଲି, ଦୀପା, ସ୍ଵାତୀ, ଅର୍ଚ୍ଚନା ମତ ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଶେଷରେ ପରିଚାଳକ ଶିକ୍ଷାର୍ଥମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବାସ୍ତବିକ ନିଆରା ପରମ୍ପରା ଗୁରୁ ଶିଷ୍ଠ ଶିଷ୍ୟ ସମ୍ପର୍କ ଆମ ସମାଜ ପାଇଁ ନୂତନ ପ୍ରେରଣା ଦାୟକ। ଛାତ୍ରଛାତ୍ରୀ ମାନଙ୍କର ଏଭଳି ନିଆରା ପରମ୍ପରା ଓ ସଂସ୍କାର କୁ ଆଠଗଡ଼ ଯାଗିଆପଡା ଅଞ୍ଚଳବାସୀ ଭୂଶୟୀ ପ୍ରଶଂସା କରୁଛନ୍ତି ।
