ଆଠଗଡ ରେ ଅବକାରୀ ବିଭାଗର ଚଢ଼ାଉ ୬୩୦ ଲିଟର ଦେଶୀ ମଦ , ୫୩୯୦ ଲିଟର ଗୁଡ ପୋଚ ନଷ୍ଟ। ମଦ ମାଫିଆ ଫେରାର।

ଆଠଗଡ: ୨୫/୧୧ ( ମାନସ ରଞ୍ଜନ ସାହୁ) ଆଠଗଡ ଥାନା ଅନ୍ତର୍ଗତ କରୋଙ୍ଗା ଗ୍ରାମ ରେ ଆଠଗଡ ଅବକାରୀ ବିଭାଗ, ବାଙ୍କୀ ଅବକାରୀ ବିଭାଗ, କଟକ ୨ ଅବକାରୀ ବିଭାଗ ସହିତ ଏକ ମିଳିତ ଚଡାଉ କରାଯାଇ ଥିଲା। ଉକ୍ତ ଚଡାଉ ରେ ସର୍ବମୋଟ ୬୩୦ ଲିଟର ଦେଶୀ ମଦ ସହ ୫୩୯୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ଏବଂ ୨ଗୋଟି ମାମଲା ରୁଜୁ କରା ଯାଇଛି। ଏହି ଚଢାଉ ରେ ରବି ନାରାୟଣ ପଧାନ ଅବକାରୀ ନିରୀକ୍ଷ୍ୟକ ଆଠଗଡ, ସରୋଜ କୁମାର ସାହୁ, ସହକାରୀ ଅବକାରୀ ଉପ ନିରୀକ୍ଷକ ଆଠଗଡ,ବିଶ୍ୱଜିତ୍ ଆରୁଖ ଅବକାରୀ ଉପ ନିରୀକ୍ଷକ ବାଙ୍କୀ,ଅରୁଣ ଭୋଇ ଅବକାରୀ ଉପନିରିକ୍ଷକ, କଟକ ୨ ର ଅଧିକାରୀ ଙ୍କ ସହିତ ସମସ୍ତ ଅବକାରୀ ସହକର୍ମୀ ଉପସ୍ଥିତ ରହିଥିଲେ। କିନ୍ତୁ ସମସ୍ତ ମଦ ମାଫିଆ ଚଢାଉ ପୂର୍ବରୁ ଖସି ପଳାଇ ଯିବାକୁ ସକ୍ଷମ ହୋଇଥିଲେ। ଏଠି ପ୍ରଶ୍ନ ଉଠିଛି ଚଢାଉ ପୂର୍ବରୁ ମଦ ମାଫିଆ ମାନଙ୍କୁ ସୂଚନା ଦେଉଛି କିଏ।