ଆଠଗଡ ରେ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଚଢାଉ।

ଆଠଗଡ ୧୨.୦୯ ( ମାନସ ରଞ୍ଜନ ସାହୁ) କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ଉପ ଅଧିକ୍ଷ୍ୟକ ଶ୍ରୀ ସି ଏଚ ତିରୁପଥୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା , ତିଗିରିଆ ଥାନା ଅନ୍ତର୍ଗତ ପାଇକସାହି ଗ୍ରାମ ରେ ଆଠଗଡ ଅବକାରୀ ବିଭାଗ, ବାଙ୍କୀ ଅବକାରୀ ଥାନା ଓ ନରସିଂହପୁର ଅବକାରୀ ବିଭାଗ ଏବଂ ଆଠଗଡ ପୋଲିସ ସହିତ ଏକ ମିଳିତ ଚଡାଉ କରାଯାଇ ଥିଲା। ଉକ୍ତ ଚଡାଉ ରେ ସର୍ବମୋଟ ୧୭୫୦ ଲିଟର ଦେଶୀ ମଦ ସହ ୧୫୪୭୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି, ୨୫ ଗୋଟି ମଦ ରନ୍ଧା ପାଇଁ ବ୍ୟବହୃତ ହେଉ ଥିବା ଆଲୁମିନିଉମ ଡିସ୍କ ଜବତ କରାଯାଇଛି ଏବଂ ୫ ଗୋଟି ମାମଲା ରୁଜୁ କରା ଯାଇଛି।ସେହିପରି ଭାବେ ତିଗିରିଆ ପୋଲିସ ପକ୍ଷରୁ ହରିଡ଼ା ପଶି ଜଙ୍ଗଲରେ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରାଯାଇଛି।ତିଗିରିଆ ଥାନା ଅନ୍ତର୍ଗତ ହରିଡ଼ାପଶି ଜଙ୍ଗଲ ରେ ତିଗିରିଆ ପୋଲିସ ର ଚଡାଉ l ୨୭୦ ଲିଟର ଦେଶୀ ମଦ, ୧୦୦୦ ଲିଟର ପୋଚ ଓ ଦେଶୀ ତିଆରି କରିବା ପାଇଁ ବ୍ୟବହୃତ ହେଉଥିବା ରନ୍ଧନ ସମାଗ୍ରୀ ଜବତ l କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଅପରେସନ ପ୍ରହାର ରେ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରାଯାଇଛି। ଜଣେ ଅଭିଯୁକ୍ତ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ତିଗିରିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି।