ଆତ୍ମହତ୍ୟା ସମସ୍ୟା ର ସମାଧାନ ନୁହେଁ ” !!ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ଆଜିର ପରିବର୍ତ୍ତିତ ସାମାଜିକ ଜୀଵନ ଶୈଳୀରେ ବିଭିନ୍ନ ସମସ୍ୟାକୁ ନେଇ ଆତ୍ମହତ୍ୟା ଭଳି ଘୃଣ୍ୟ ଘଟଣା ସଂପ୍ରତି ଓଡ଼ିଶାରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି କିଶୋର କିଶୋରୀ ବିଦ୍ୟାର୍ଥୀ ମାନେ ସାମାନ୍ୟ ସମସ୍ୟାକୁ ନେଇ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଘୃଣ୍ୟ ପ୍ରଥାକୁ ଗ୍ରହଣ କରି ନେଉଥିବା ଖବର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଆଜିର ସମାଜରେ ଦେଖାଯାଇଥିବା ଏହି ଜଟିଳ ସମସ୍ୟା ପ୍ରତି ବିଦ୍ୟାର୍ଥୀ ମାନଙ୍କୁ ସଚେତନତା ସୃଷ୍ଟି କରିଵା ଉଦ୍ଦେଶ୍ୟରେ “State Human Rights council” ପକ୍ଷରୁ ଚୌଦ୍ୱାର କଲେଜ୍ ଛାତ୍ରଛାତ୍ରୀ ମାନଙ୍କୁ ନେଇ “ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ” ଏକ ସଚେତନତା କାର୍ଯ୍ୟକ୍ରମ ଚୌଦ୍ୱାର କଲେଜରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସସ୍ମିତା ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଚୌଦ୍ୱାର ଥାନାର ଆଇଆଇସି ସରସ୍ଵତୀ ସାହୁ, ମୁଖ୍ୟ ବକ୍ତା ଭାବରେ State human rights council ର ରାଜ୍ୟ ସଭାପତି ଶ୍ରୀମତୀ ସସ୍ମିତା ଦାସ, ସମ୍ମାନୀୟ ଅତିଥି ଭାବରେ କାର୍ଯ୍ୟକାରୀ ସଭାପତି ଶିବ ସୁନ୍ଦର ସ୍ୱାଇଁ, ସମ୍ପାଦକ ନାରାୟଣ ବିଶ୍ୱାଳ , ଚୌଦ୍ୱାର କଲେଜର ଅଧ୍ୟକ୍ଷା ରଶ୍ମି ରାଉତରାୟ , ଆଇସିସି ପ୍ରିଯାଡ଼ିଂ ଅଫିସର ଏବଂ ରିଡର୍ ଵଟାନି ବିଭାଗ ମୁଖ୍ୟ ସସ୍ମିତା ଭୂୟାଁ, ଉତ୍କଳ ଇଣ୍ଟରନେସନାଲ ସ୍କୁଲ ର ଅଧ୍ୟକ୍ଷ ଗଣେଶ ବେହେରା, ଆଇକ୍ୟୁଏସି ମୁଖ୍ୟ କେମେଷ୍ଟ୍ରୀ ବିଭାଗ ମମତା ସାହୁ ପ୍ରମୁଖ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ଥିଲେ। ସମସ୍ତ ଅତିଥି ମାନେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସମସ୍ୟାରେ ଆତ୍ମହତ୍ୟା ଭଳି ନିଷ୍ପତ୍ତି ଠାରୁ ଦୂରେଇ ରହିବାକୁ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ଜୀବନରେ ବିଭିନ୍ନ ସମସ୍ୟାରେ ଅଧର୍ଯ୍ୟ, ଅସ୍ଥିର ନହୋଇ , ମାନସିକ ଭାରସାମ୍ୟ ନ ହରାଇ ଆଇନ ଉପରେ ଆସ୍ଥା ରଖିବା ଏବଂ ସଂଘର୍ଷ କରିବାକୁ ପରାମର୍ଶ ଦେଇଥିଲେ।। ଆଗକୁ ରାଜ୍ୟର ବିଭିନ୍ନ କଲେଜରେ ଏଭଳି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀମତୀ ସସ୍ମିତା ଦାସ ମତବ୍ୟକ୍ତ କରିଥିଲେ । ଏଏଆସି ରାଜ୍ୟ ମିଡ଼ିଆ ମୁଖ୍ୟ ସତ୍ୟବ୍ରତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ କଲେଜ କର୍ତ୍ତୃପକ୍ଷ ଏହି ସଚେତନତା କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ।।ବ୍ୟୁରୋ ରିପୋର୍ଟ Hr TV Odia .