ଆପଣ ଚିକେନ ଖାଇବା ଉଚିତ କି ? କଣ କହୁଛି ବ୍ଲଡ଼ ଗ୍ରୁପ

ଚିକେନ୍ ଖାଇବା ପାଇଁ ସମସ୍ତେ ପସନ୍ଦ କାରରନ୍ତି କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପ୍ରତିଦିନ ଚିକେନ୍ ଖାଇବା କିଛି ବ୍ଲଡ଼ ଗ୍ରୁପ ଲୋକଙ୍କ ପାଇଁ ବିପଦ ହୋଇଥାଏ । କେଉଁ ବ୍ଲଡ୍ ଗ୍ରୁପର ବ୍ୟକ୍ତି ଚିକେନ୍ ଖାଇବା ଉଚିତ୍ ଏବଂ କି ନୁହେଁ ? ତାହା ଜାଣନ୍ତୁ ,ବ୍ଲଡ୍ ଗ୍ରୁପ୍ ଆଧାରରେ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ଖାଦ୍ୟ ଶୀଘ୍ର ହଜମ ହୋଇଥାଏ । କିନ୍ତୁ ଏପରି କିଛି ଅଛନ୍ତି ଯେଉଁମାନେ ଚିକେନ୍ ଓ ମଟନ୍ ହଜମ କରିପାରନ୍ତିନି । ବିଶେଷଜ୍ଞଙ୍କ ଅନୁଯାୟୀ, କେତେକ ବ୍ଲଡ୍ ଗ୍ରୁପ୍ର ବ୍ୟକ୍ତି ଚିକେନ୍ ନଖାଇବା ଦରକାର । ଏହିପରି ବ୍ୟକ୍ତିମାନେ ଶାକାହାରୀ ଖାଦ୍ୟକୁ ଅନୁସରଣ କରିବା ଉଚିତ୍ ।ତେବେ ବି” ବ୍ଲଡ୍ ଗ୍ରୁପ୍ର ବ୍ୟକ୍ତି ଚିକେନ୍ ଖାଇ ହଜମ କରିପାରିବେ । ଏମାନେ ସବୁ ପ୍ରକାରର ଖାଦ୍ୟ ଖାଇପାରିବେ । ଏମାନଙ୍କୁ ଅଧିକ ସତର୍କ ରହିବାକୁ ପଡିବନି । ଏକ ରିପୋର୍ଟ ଅନୁଯାୟୀ, ବି ବ୍ଲଡ୍ ଗ୍ରୁପ୍ ଥିବା ଲୋକମାନେ ସବୁଜ ପନିପରିବା, ଫଳ, ମାଛ, ମଟନ୍ ଓ ଚିକେନ୍ ଭଳି ସବୁକିଛି ଖାଇପାରିବେ ।

ସେହିପରି ଅନ୍ୟ ଦୁଇଟି AB ଓ O ରକ୍ତ ଗ୍ରୁପ୍ର ବ୍ୟକ୍ତି ମଧ୍ୟ ସନ୍ତୁଳିତ ଭାବରେ ଚିକେନ୍ ଓ ମଟନ୍ ଖାଇପାରିବେ । ଏହାର ଅର୍ଥ ହେଉଛି ଏହି ବ୍ଲଡ୍ ଗ୍ରୁପ୍ର ଲୋକ ସନ୍ତୁଳନକୁ ଧ୍ୟାନରେ ରଖି ଚିକେନ୍ ଏବଂ ମଟନ୍ ଖାଇବା ଉଚିତ୍ । ତେବେ A ବ୍ଲଡ୍ ଗ୍ରୁପର ଲୋକେ ଚିକେନ୍ ଠାରୁ ଦୂରେଇ ରହିବା ଉଚିତ୍ । ଚିକେନ୍ ଖାଇବା ଦ୍ବାରା ଏମାନଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥାଏ ।