ଆପତ୍ତିଜନକ ପୋଷ୍ଟକୁ ନେଇ ସୁପ୍ରିୟାଙ୍କୁ ଟାର୍ଗେଟ କଲା ବିଜେପି

୨୦୨୪ ଲୋକ ସଭା ନିର୍ବାଚନରେ ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ପ୍ରାର୍ଥୀ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଏବେ ଫସି ଯାଇଛନ୍ତି। ତେବେ ଶ୍ରୀନେଟ୍ ସ୍ପଷ୍ଟ କରିଛନ୍ତି ଯେ ସୋସିଆଲ ମିଡିଆରେ କିଛି ପ୍ୟାରୋଡି ଆକାଉଣ୍ଟରେ ସମ୍ପୃକ୍ତ ପୋଷ୍ଟ କରାଯାଇଛି, ଯାହାକୁ ସେ ରିପୋର୍ଟ କରିଛନ୍ତି।ବିଜେପି ନେତା ଶେହଜାଦ ପୁନାୱାଲା କହିଛନ୍ତି ଯେ ଶ୍ରୀନେତଙ୍କ ମନ୍ତବ୍ୟ ନିନ୍ଦନୀୟ। କଙ୍ଗନା ଟିମକୁ ନେଇ ସୁପ୍ରିୟା ଦେଇଥିବା ମନ୍ତବ୍ୟ ନିନ୍ଦନୀୟ। ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ। ସେ କହିଥିଲେ ଯେ ସୁପ୍ରିୟା ଶ୍ରୀନେତ କଙ୍ଗନା ରାଣାୱତଙ୍କ ଉପରେ ଘୃଣ୍ୟ ମନ୍ତବ୍ୟ ଦେଇଛନ୍ତି, ଯାହାଙ୍କୁ ମଣ୍ଡିରୁ ଲୋକସଭା ଟିକେଟ ଦିଆଯାଇଛି।

ସୂଚନାଯୋଗ୍ୟ, କଂଗ୍ରେସର ସୋସିଆଲ ମିଡିଆ ତଥା ଡିଜିଟାଲ ପ୍ଲାଟଫର୍ମର ଅଧ୍ୟକ୍ଷ ସୁପ୍ରିୟା ଶ୍ରୀନେତ ସୋମବାର (୨୫ ମାର୍ଚ୍ଚ) ଭାରତୀୟ ଜନତା ପାର୍ଟି (ଭାଜପା) ର ଟାର୍ଗେଟରେ ଆସିଥିଲେ ଯେତେବେଳେ ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ପ୍ରାର୍ଥୀ ହୋଇଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ପ୍ରାର୍ଥୀ କରାଯାଇଥିଲା। ଅଭିନେତ୍ରୀଙ୍କର ଏକ ଅଶ୍ଳୀଳ ଫଟୋ ପୋଷ୍ଟ କରାଯାଇ ଏକ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିଲା। ସୋସିଆଲ ମିଡିଆରେ ଲୋକମାନେ ସୁପ୍ରିୟା ଶ୍ରୀନେତ ଏବଂ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ଟ୍ରୋଲିଂର କିିଛି ସମୟ ପରେ କଂଗ୍ରେସ ନେତାଙ୍କ ଆକାଉଣ୍ଟରୁ ଏହାକୁ ହଟାଯାଇଥିଲା।ପୋଷ୍ଟ ଜବାବରେ କଙ୍ଗନା ‘ସେକ୍ସ ୱାର୍କରଙ୍କ ଆହ୍ୱାନପୂର୍ଣ୍ଣ ଜୀବନ ଓ ପରିସ୍ଥିତିକୁ କୌଣସି ପ୍ରକାର ଦୁର୍ବ୍ୟବହାର ଅଥବା ଗାଳି ରୂପେ ବ୍ୟବହାର କରିବାରୁ ବର୍ତ୍ତିବା ଦରକାର’ ବୋଲି ଉଲ୍ଲେଖ କରିଛନ୍ତି।