ଆବାସ ହିତାଧିକାରୀଙ୍କୁ ମାଗଣାରେ ବାଲି ଦେବା ଉପରେ ନିଷ୍ପତି ନେବେ
ଆବାସ ହିତାଧିକାରୀଙ୍କୁ ମାଗଣାରେ ବାଲି ଯୋଗାଇବେ ସରକାର । ଏହା ଉପରେ ଖୁବଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଏନେଇ ଖଣି ମନ୍ତ୍ରୀ ବିଭୂତି ଜେନା କହିଛନ୍ତି । ଆହୁରି କହିଛନ୍ତି, ବାଲି ମାଫିଆଙ୍କୁ ନିସ୍ତାର ମିଳିବନି କହିଲେ ଖଣି ମନ୍ତ୍ରୀ । ତେବେ ଆଜି ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖି ଏମିତି କିଛି କହିଛନ୍ତି ଇସ୍ଫାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ତାଙ୍କ କହିବା ମୁତାବକ, ୨୦୨୪-୨୫ ଆର୍ଥିକ ବର୍ଷରେ ୪୩୬୧ ଥର ଚଢ଼ାଉ କରି ୪୬୭୬ ଟି ଗାଡ଼ି ଜବତ କରାଯାଇଛି । ଏ ବାବଦରେ ୪୮ କୋଟିରୁ ଅଧିକ ଟଙ୍କା ଜୋରିମନା ଆଦାୟ କରାଯାଇଛି । ଏହାସହ ୨୦୨୫-୨୬ ଆର୍ଥିକ ବର୍ଷରେ ଜୁଲାଇ ୩୧ ତାରିଖ ଭିତରେ ୨୮୭୩ ଥର ଚଢ଼ାଉ କରାଯାଇ ୧୮.୪୧ କୋଟି ଟଙ୍କା ଜୋରିମନା ଆଦାୟ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
