ଆମେରିକା କମାଇବ ୨୫ ପ୍ରତିଶତ ଟାରିଫ !

ଭାରତ ପାଇଁ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ଏବେ ଖୁବ ଶୀଘ୍ର ଆସୁଥିବା ପରି ମନେ ହେଉଛି। ଆମେରିକା ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍‌ ଉଠାଇବାର ସମ୍ଭାବନା ରହିଛି। ଗୁରୁବାର ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ ଘୋଷଣା କରିଛନ୍ତି, ଆମେରିକା ଭାରତ ଉପରେ ଲଗାଇଥିବା ଟାରିଫରୁ ଖୁବ୍ କମଦିନ ମଧ୍ୟରେ ୨୫ ପ୍ରତିଶତ କମାଇବ । ଏହାସହ ଭାରତ ଉପରେ ଆମେରିକା ଲଗାଇଥିବା ରେସିପ୍ରୋକଲ ଡ୍ୟୁଟି ମଧ୍ୟ ୨୫ ପ୍ରତିଶତରୁ କମାଇ ୧୦ କି ୧୫ ପ୍ରତିଶତ ରଖିବ । CEA ଏହା ମଧ୍ୟ କହିଛନ୍ତି, ଦୁଇ ଦେଶ ମଧ୍ୟରେ ପାରସ୍ପରିକ ଟାରିଫ୍‌ର ସମାଧାନ ଆଗାମୀ କିଛି ମାସ ମଧ୍ୟରେ ପହଞ୍ଚିବାର ସମ୍ଭାବନା ଅଛି। ଏହା ବାଣିଜ୍ୟକୁ ସହଜ କରିବ ଏବଂ ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ମଜଭୁତ କରିବ।

CEA ଏହା ମଧ୍ୟ କହିଛନ୍ତି, ଭାରତର ରପ୍ତାନି ନିରନ୍ତର ବୃଦ୍ଧି ପାଉଛି। ବର୍ତ୍ତମାନ, ଭାରତର ବାର୍ଷିକ ରପ୍ତାନି ପ୍ରାୟ ୮୫୦ ବିଲିୟନ ଆମେରିକୀୟ ଡଲାର, ଆଗାମୀ କିଛି ବର୍ଷ ମଧ୍ୟରେ ୧ ଟ୍ରିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇବାର ଲକ୍ଷ୍ୟ ରହିଛି। ଏହା ଭାରତର ଦୃଢ଼ ଏବଂ ଖୋଲା ଅର୍ଥନୀତିକୁ ପ୍ରତିଫଳିତ କରେ।ଯଦି ବାସ୍ତବରେ ଆମେରିକା ଏଭଳି ନିଷ୍ପତ୍ତି ନିଏ ତେବେ ଭାରତୀୟ ବ୍ୟବସାୟୀଙ୍କୁ ବଡ଼ ଆଶ୍ୱସ୍ଥି ମିଳିବ । ଏହା ସହ ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ମଜବୁତ ହେବ । ଟାରିଫ୍ କମ୍ କରାଗଲେ ଭାରତର ଷ୍ଟିଲ ଆଲୁମିନିୟମଓ ଶିଳ୍ପ ଉତ୍ପାଦକୁ ଆମେରିକା ବଜାରରେ ସହଜରେ ସ୍ଥାନ ମିଳିଯିବ ।