ଆମେରିକା ରେ ରହିଛି ଦୁନିଆର ସବୁଠାରୁ ଛୋଟ ନଦୀର

ଆମ ଦେଶରେ ଏପରି କିଛି ନଦୀ ରହିଛି ଯାହାର ଉତ୍ପତ୍ତି ସ୍ଥଳରୁ ଶେଷ ସ୍ଥଳରେ ପହଞ୍ଚିବା ପାଇଁ ଆପଣଙ୍କୁ ଅନେକ ଦିନ ଲାଗି ଯିବ । ଗଙ୍ଗା, ଯମୁନା, ଗୋଦାବରୀ, ନର୍ମଦା ଏବଂ ବ୍ରହ୍ମପୁତ୍ର ଭାରତର ପ୍ରମୁଖ ନଦୀ । କିନ୍ତୁ ଭାରତରେ ଦୁନିଆର ସବୁଠାରୁ ବଡ଼ ନଦୀ ନାହିଁ କି ଦୁନିଆର ସବୁଠାରୁ ଛୋଟ ନଦୀ ନାହିଁ । ଏହି ନଦୀ ଦୁଇଟି ଭିନ୍ନ ଭିନ୍ନ ଦେଶରେ ରହିଛି । ସମସ୍ତେ ଜାଣିଛନ୍ତି ଦୁନିଆର ସବୁଠାରୁ ବଡ଼ ନଦୀ ଆଫ୍ରିକାରେ ଥିବା ନୀଳ ନଦୀ । ଯାହାର ଲମ୍ବ ୬,୬୫୦ କିଲୋମିଟର । କିନ୍ତୁ ଦୁନିଆର ସବୁଠାରୁ ଛୋଟ ନଦୀ ଆମେରିକାରେ ରହିଛି । ଏହି ନଦୀ ଆମେରିକାର ମୋଟାନା ରାଜ୍ୟରେ ପ୍ରବାହିତ । ଏହି ନଦୀ ନିକଟରେ ହିଁ ଆମେରିକାର ସବୁଠାରୁ ଲମ୍ବା ନଦୀ ମିସୋରି ପ୍ରବାହିତ ହେଉଛି ।

ତେବେ ଦୁନିଆର ସବୁଠାରୁ ଛୋଟ ନଦୀର ନାମ ହେଉଛି ‘ରୋ ରିଭର’ । ୧୯୮୦ ମସିହାରେ ଲିଙ୍କନ ସ୍କୁଲ ଏଲିମେଣ୍ଟ୍ରି ର ଶିକ୍ଷକ ଏବଂ ପଞ୍ଚମ ଶ୍ରେଣୀର ଜଣେ ଛାତ୍ର ‘ରୋ’ ନଦୀକୁ ଦୁନିଆର ସବୁଠାରୁ ଛୋଟ ନଦୀ ଭାବେ ଗିନିଜ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ଦେବା ପାଇଁ ଚେଷ୍ଟା କରିଥିଲେ ।ଦୁନିଆର ସବୁଠାରୁ ଛୋଟ ନଦୀର ଲମ୍ବ ମାତ୍ର ୨୦୧ ଫୁଟ ଅର୍ଥାତ ଏହା ପାଖାପାଖି ୬୧ ମିଟର । ଏହାର ଲମ୍ବ ଏତେ କମ ଯେ ଆପଣ ଏହାର ଉତ୍ପତ୍ତି ସ୍ଥଳରୁ ଶେଷ ସ୍ଥଳକୁ ମାତ୍ର ଅଳ୍ପ କିଛି ଘଣ୍ଟାରେ ଶେଷ କରି ପାରିବେ । ‘ରୋ’ ନଦୀ ପ୍ରବାହିତ ହୋଇ ଶେଷରେ ମସୁରୀ ନଦୀରେ ମିଶି ଯାଇଥାଏ । ଲିଟିଲ ବେଲ୍ଟ ମାଉଣ୍ଟେନ ରେଞ୍ଜରୁ ଏହି ଛୋଟ ନଦୀର ପାଣି ଆସିଥାଏ ଏବଂ ଏହା ଅଣ୍ଡରଗ୍ରାଉଣ୍ଡ ସ୍ପି୍ରଙ୍ଗରୁ ପ୍ରସ୍ତୁତ ହୋଇଥାଏ ।