ଆମ ବସରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର
ଆମ ବସ୍ ଦୁର୍ଘଟଣା ପରେ ଆକ୍ସନ ମୋଡକୁ ଆସିଛି ପରିବହନ ବିଭାଗ । ସାରା ରାଜ୍ୟରେ ମୋ ବସ୍ ଡ୍ରାଇଭରଙ୍କୁ ଯାଞ୍ଚ କରାଯାଉଥିବା ବେଳେ ଆଜି ଆମ ବସ୍ରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର ।୧୭ ନଂ ବସରେ ବସି ଯାତ୍ରୀଙ୍କ ମତାମତ ନେବା ସହ ଆମ ବସର ସୁରକ୍ଷା ସ୍ଥିତିକୁ ଯାଞ୍ଚ କରିଛନ୍ତି କମିଶନର । କମିଶନଙ୍କ ନିକଟରେ ଆମ ବସର ଯାତ୍ରୀ ବିଭିନ୍ନ ସମସ୍ୟା ରଖିଛନ୍ତି । ବିଶେଷ କରି ଯାତ୍ରା ସମୟରେ ବସ ଡ୍ରାଇଭର ଗାଡି ଚଳାଇବା ଏବଂ କଣ୍ଡକ୍ଟରଙ୍କ ବ୍ୟବହାର ସଂପର୍କରେ ପଚାରି ବୁଝିଛନ୍ତି ଅମିତାଭ ଠାକୁର । ଆମ ବସରେ ଯାତ୍ରା କରିବା ସହିତ ସମସ୍ୟା ମଧ୍ୟ ବୁଝିଛନ୍ତି । ଏବଂ ଆଗକୁ କିଛି ସୁଧାର ଅଣାଯିବ ବୋଲି କହିଛନ୍ତି ଏବଂ ପ୍ରତିଶ୍ରୁତି ଦେଇଛନ୍ତି ପରିବହନ କମିଶନର ।ବାରମ୍ବାର ଆମ୍ ବସ୍ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିନ୍ତା ପ୍ରକଟ କରିଥିଲେ । ଆମ ବସେ ଚାଳକଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଥିବା ପରେ ପରିବହନ ବିଭାଗ ଏଦିଗରେ ଆବଶ୍ୟକ ପଦକ୍ଷେପ ନେଇଛି । ନିୟମିତ ଚାଳକଙ୍କ ପ୍ରଶିକ୍ଷଣ ଏବଂ ଗାଡ଼ି ଫିଟନେସ ଯାଞ୍ଚ କରାଯାଉଛି ।
