ଆରମ୍ଭ ହେଲା କୁକୁର ଗଣନା
ଆଜିଠୁ ରାଜଧାନୀରେ ବୁଲାକୁକୁର ଗଣତି । ରାଜ୍ୟରେ ପ୍ରଥମ ଥର ପାଇଁ ବିଏମସି ପକ୍ଷରୁ ବୁଲା କୁକୁର ଗଣନା ଆରମ୍ଭ ହୋଇଛି । BMC ପକ୍ଷରୁ ଭୋର ୫ଟାରୁ ଆରମ୍ଭ ହୋଇଛି ଗଣତି । ୨୫ ତାରିଖ ପର୍ଯ୍ୟନ୍ତ ବିଏମସିର ୬୭ଟି ୱାର୍ଡରେ ଏହି ଗଣନା ହେବ । ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୪୧୦ ଟି ଟିମ୍ । ପ୍ରତ୍ୟେକ ଗଳିକନ୍ଦିରେ ଦୁଇଟି ପର୍ଯ୍ୟାୟରେ ବୁଲା କୁକୁର ଗଣନା କରାଯିବ । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି । ଗଣତି ଦ୍ବାରା ବିଏମସି ଅଞ୍ଚଳରେ କେତେ ବୁଲା କୁକୁର ଅଛନ୍ତି, ତାର ଏକ ଚିତ୍ର ମିଳିପାରିବ ।
