ଆଲବାନିଆ ଦୁନିଆର ପ୍ରଥମ AI ମନ୍ତ୍ରୀକୁ ସାମ୍ନାକୁ ଆଣିଛି
ଆଲବାନିଆ ଦୁନିଆର ପ୍ରଥମ AI ମନ୍ତ୍ରୀକୁ ସାମ୍ନାକୁ ଆଣିଛି । ଯିଏ ଲାଞ୍ଚ ନେବେନି କି ଭ୍ରଷ୍ଟାଚାର କରିବେନି । ବିନା ସ୍ଵାର୍ଥରେ ଲୋକଙ୍କ ସୁଖ ଦୁଃଖ ବୁଝିବେ । ୟୁରୋପର ଆଲବାନିଆ ନାମକ ଏକ ଛୋଟ ଦେଶ ଏହି ଭ୍ରଷ୍ଟାଚାର ମୁକ୍ତ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛି । ଏହି ମନ୍ତ୍ରୀଙ୍କ ନାମ ଡିଏଲା ।ଡିଏଲା ଏବେ ଦେଶର ସରକାରୀ ଟେଣ୍ଡରକୁ ମ୍ୟାନେଜ୍ କରିବ ଓ ପ୍ରାଇଭେଟ୍ କମ୍ପାନୀଗୁଡ଼ିକୁ ପ୍ରୋଜେକ୍ଟ ଦେବାକୁ ନିଷ୍ପତ୍ତି ନେବ । ଲାଞ୍ଚ କିମ୍ବା ବଳ ପ୍ରୟୋଗ ଦ୍ଵାରା ଏହା ପ୍ରଭାବିତ ହେବ ନାହିଁ କି ପକ୍ଷପାତିତା କରିବ ନାହିଁ । ନିରପେକ୍ଷ ଭାବେ ଟେଣ୍ଡର ଆବଣ୍ଟନ କରିବ ।ଆଲବାନିଆ ପ୍ରଧାନମନ୍ତ୍ରୀ ଏଦି ରାମା ଏହି ଏଆଇ ମନ୍ତ୍ରୀଙ୍କୁ କ୍ୟାବିନେଟ୍ରେ ସାମିଲ କରି ଖୁସିବ୍ୟକ୍ତ କରିଛନ୍ତି । ଏହି AI ଆମ ସିଷ୍ଟମରେ ବ୍ୟାପିଥିବା ଅନ୍ଧକାରକୁ ଦୂର କରିବ । ଡିଏଲାର ନିଯୁକ୍ତି ପରେ ସରକାରୀ ଟେଣ୍ଡର ସିଷ୍ଟମ ଭ୍ରଷ୍ଟାଚାର ମୁକ୍ତ ହେବ । ୨୦୩୦ ସୁଦ୍ଧା ଆଲବାନିଆ EUରେ ସାମିଲ ହେବ ।୨୦୨୪ରେ ‘e-Albania’ପୋର୍ଟାଲରେ ଏହାକୁ ଲଞ୍ଚ କରାଯାଇଥିଲା । ଏହି ଏଆଇ ଆଲବାନିଆର ପାରମ୍ପରିକ ପୋଷାକ ପିନ୍ଧି ସ୍କ୍ରିନ୍ରେ ନଜର ଆସୁଛି । ଭଏସ୍ କମାଣ୍ଡ୍ ଦେଲେ ଚାଲୁଛି ।
