ଆଲିଶାନ୍‌ ବଙ୍ଗଳାରେ ରହୁଛନ୍ତି ସୋନମ କପୁର , ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋନମ କପୁର ବିଳାସପୂର୍ଣ୍ଣ ଜୀବନ ଶୈଳୀ ପାଇଁ ସର୍ବଦା ଚର୍ଚାରେ ଥାଆନ୍ତି।ଦିଲ୍ଲୀରେ ତାଙ୍କର ଏବଂ ଆନନ୍ଦ ଅହୁଜାଙ୍କ ଘରେ ଏକ ସ୍ଵତନ୍ତ୍ର ଲଞ୍ଚ ପାର୍ଟି ରଖିଥିଲେ। ସେ ଏହି ଲଞ୍ଚ ପାର୍ଟିର ଏବଂ ତାଙ୍କ ଘର ଭିତର ଫଟୋ ସେୟାର କରିଛନ୍ତି। ଯାହା କୌଣସି ପ୍ରାସାଦଠାରୁ କମ୍ ନୁହେଁ ।

ଯାହାର ମୂଲ୍ୟ କୋଟି କୋଟି ବୋଲି କୁହାଯାଉଛି। କେବଳ ଦିଲ୍ଲୀ ନୁହେଁ ସୋନମ୍‌ଙ୍କର ମୁମ୍ବାଇ ଏବଂ ଲଣ୍ଡନରେ ମଧ୍ୟ ବିଳାସପୂର୍ଣ୍ଣ ଘର ଅଛି। ସେ ମୁମ୍ବାଇ ଏବଂ ଲଣ୍ଡନକୁ ଲଗାତାର ଯିବାଆସିବା କରୁଥିବା ବେଳେ କେବେ କେବେ ଦିଲ୍ଲୀ ଘରେ ମଧ୍ୟ ସମୟ ବିତାଇଥାନ୍ତି।ସୋନମ ଏହି ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରିଥିଲେ। ଯାହା ପ୍ରଶଂସକମାନଙ୍କୁ ତାଙ୍କ ବିଳାସପୂର୍ଣ୍ଣ ଘର ଭିତରର ଫଟୋ ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ, ଲନ୍ ଏବଂ ପ୍ରଶସ୍ତ କୋଠରୀ ସହିତ ଏହି ବିଳାସପୂର୍ଣ୍ଣ ଘରର ମୂଲ୍ୟ ୧୭୩ କୋଟି ଟଙ୍କା ।