ଆଳୁକୁ ଲାଲ, ଚମକଦାର ଏବଂ ତାଜା ଦେଖାଯିବା ପାଇଁ ମିଶୁଛି ରାସାୟନିକ ପଦାର୍ଥ
ଉତ୍ତର ପ୍ରଦେଶର ଗୋରଖପୁରରେ ଆଳୁକୁ ଲାଲ, ଚମକଦାର ଏବଂ ତାଜା ଦେଖାଯିବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିଲା। ତେବେ ଖାଦ୍ୟ ସୁରକ୍ଷା ବିଭାଗ ଅଧିକାରୀମାନେ ବଜାରରୁ ଦୁଇ ଟ୍ରକ ଆଳୁ ଜବତ କରିଛନ୍ତି । ଏହି ଟିମ୍ ଆଳୁ ନମୁନା ନେଇ ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏହି ଆଳୁ ତାମିଲନାଡୁର ଭେଲୋର ଏବଂ ଉତ୍ତର ପ୍ରଦେଶର ଫାରୁଖାବାଦରୁ ଆସିଥିଲା। ରେଡ୍ ହେବା ଦେଖି ଟ୍ରକର ଡ୍ରାଇଭର ଟ୍ରକ ଛାଡି ପଳାଇ ଯାଇଥିଲେ ଏବଂ ସାମଗ୍ରୀ ଅର୍ଡର କରିଥିବା ବ୍ୟବସାୟୀମାନେ ମଧ୍ୟ ପଳାଇ ଯାଇଥିଲେ।
ପ୍ରାରମ୍ଭିକ ତଦନ୍ତରେ ଆଳୁରେ ରାସାୟନିକ ପଦାର୍ଥ ମିଳିଥିଲା। ଅଧିକାରୀମାନେ ଉଭୟ ଟ୍ରକରୁ ଆଳୁ ଜବତ କରିଥିଲେ ଏବଂ ପରୀକ୍ଷା ପାଇଁ ନମୂନା ନେଇଥିଲେ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏହା ଜବତ ହୋଇରହିବ। ଯଦି ରିପୋର୍ଟରେ ରାସାୟନିକ ପଦାର୍ଥର ଉପସ୍ଥିତି ନିଶ୍ଚିତ ହୁଏ, ତେବେ ଆଳୁ ନଷ୍ଟ କରାଯିବ। ତେବେ ଏହି ଆଳୁ କ୍ଷତିକାରକ ଏବଂ ଏହାକୁ ଖାଇବା ଦ୍ୱାରା ଗୁରୁତର ଚର୍ମ, କିଡନୀ ଏବଂ ହୃଦରୋଗ ସମସ୍ୟା ହୋଇପାରେ।
