ଆସନ୍ତାକାଲି ଆକାଶରେ ନଜର ଆସିବ ସୁପରମୁନ୍
ନଭେମ୍ବର ୫ କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେଖିବାକୁ ମିଳିବ ଏ ବର୍ଷର ସୁପରମୁନ୍ । ରାତ୍ରି ଆକାଶରେ ଏହା ଅତ୍ୟନ୍ତ ଉଜ୍ଜ୍ବଳ ଦେଖାଯିବ । ଯେତେବେଳେ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚେ ତାହାକୁ ପେରିଜି କୁହାଯାଏ । ଏହି ମୁହୂର୍ତ୍ତ ଯଦି ଏକ ପୂର୍ଣ୍ଣିମା ସହିତ ମେଳ ଖାଏ, ତେବେ ଏହାକୁ ସୁପରମୁନ୍ କୁହାଯାଏ । ପେରିଜି ଶବ୍ଦ ଗ୍ରୀକ୍ ମୂଳ ପେରି ଓ ଜିଓରୁ ଆସିଛି। ପେରି ଅର୍ଥ ନିକଟ ଓ ଜିଓ ଅର୍ଥ ପୃଥିବୀ ।ଏହି ଦିନ ଚନ୍ଦ୍ର ପୃଥିବୀବାସୀଙ୍କୁ ୩୦ଗୁଣ ଅଧିକ ଆଲୋକ ପ୍ରଦାନ କରିବ । ଏହି ଚନ୍ଦ୍ର ଦେଖିବାରେ ଲୋକମାନଙ୍କୁ କୌଣସି ଅସୁବିଧା ନାହିଁ । କାରଣ ସଂଧ୍ୟାରେ ଦେଖାଦେବ ଉଜ୍ୱଳତମ ଚନ୍ଦ୍ର ।
