ଆସନ୍ତାକାଲି ଓଡ଼ିଶା ଆସିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା
ଆସନ୍ତାକାଲି ଠାରୁ ଓଡ଼ିଶାରେ ଆୟୋଜିତ ହେବ ଦୁଇ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ । ଅଗଷ୍ଟ ୨୯ ଏବଂ ୩୦ ରେ ଏହି ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଏନେଇ ସୂଚନା ଦେଲେ ବିଧାନସଭା ବାଚସ୍ପତି ସୁରମା ପାଢୀ । ସାମ୍ବିଧାନିକ ସୁରକ୍ଷା ଓ ଆଦିବାସୀ ବିକାଶ ନେଇ ଆଲୋଚନା ହେବ । ଦୀର୍ଘ ୩୧ ବର୍ଷ ପରେ ଏହା ଓଡିଶାରେ ଆୟୋଜନ କରାଯାଉଛି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର ଜଣେ ଅଧ୍ୟକ୍ଷ, ୫ ଜଣ ସଦସ୍ୟ ଏବଂ ୪ ଜଣ ବିଧାୟକ ଯୋଗଦେବେ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସଦୀୟ କମିଟିର ୩୦ ଜଣ ସଦସ୍ୟ ଯୋଗଦେବେ ।
ଏହାକୁ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଉଦଘାଟନ କରିବେ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଯୋଗଦେବେ । ଏଥିରୁ ସାରା ଦେଶରୁ ୨୪୦ରୁ ଅଧିକ ଜଣ ପ୍ରତିନିଧି ଯୋଗ ଦେବେ । ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ଆଦିବାସୀ ବିକାଶରେ ସଂସଦୀୟ କମିଟିର ଭୂମିକା । ଯାହା ସମ୍ପର୍କରେ ଆଲୋଚନା ହେବ । ଉଦଯାପନୀ ସମାରୋହରେ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ସମେତ ରାଜ୍ୟ ମନ୍ତ୍ରୀମାନେ ଉଦବୋଧନ ଦେବେ ।ଉଦଯାପନୀ ପରେ ପ୍ରତିନିଧିଙ୍କୁ କୋଣାର୍କ ସହ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ନିଆଯିବ ।
