ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।

ପାରାଦୀପ ନିର୍ବାଚନମଣ୍ଡଳୀରେ ଭାଜପା ତା’ର ସ୍ଥିତିକୁ ସୁଦୃଢ କରୁଥିବା ବେଳେ ଭିନ୍ନ ଦଳରୁ ଭିନ୍ନ ଦଳରୁ ବହୁ ସମର୍ଥକ ଭାଜପାରେ ସାମିଲ ହୋଇଛନ୍ତି। ଏହି ନୂତନ ସଦସ୍ୟ ଏବେ ଉତ୍ସାହିତ ଥିବା ବେଳେ ଦଳରେ ଯୋଶ ଭରିବାକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅସନ୍ତା ୨୫ ତାରିଖ (ଶନିବାର) ସକାଳ ୯ଟାରେ ଆସିବାର କାର୍ଯ୍ୟକ୍ରମ ରହି ବୋଲି ଭାଜପା ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ବାଇଁ କହିଛନ୍ତି। ଆସନ୍ତାକାଲି ସ୍ମୃତି ଇରାନୀ କୁଜଙ୍ଗ, ଆଳି ଏବଂ ବାଲେଶ୍ୱର ରେମୁଣାରେ ନିର୍ବାଚନୀ ସଭା କରିବେ ।

ଖାସ୍ କରି ସୁଭଦ୍ରା ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବେ ସ୍ମୃତି ଇରାନୀ । ତେବେ ଏହା ପୂୂର୍ବରୁ ବିଜେପିର ତମାମ କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଆସି ପ୍ରଚାର କରୁଛନ୍ତି । ନରେନ୍ଦ୍ର ମୋଦୀଙ୍କଠୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ଚେହେରା ଓଡିଶା ଆସି ବିଜେପି ପାଇଁ ପ୍ରଚାର କରୁଛନ୍ତି ।