ଆସନ୍ତାକାଲି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା

ଆସନ୍ତାକାଲି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟର ୧୯୩ ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ ଦେବେ ଏହି ପରୀକ୍ଷା । ସମସ୍ତ ପରୀକ୍ଷା କେନ୍ଦ୍ରରେ ହୋଇଛି ସିସିଟିଭି ବ୍ୟବସ୍ଥା । ବୋର୍ଡରେ ରହିଛି ଇଣ୍ଟିଗ୍ରେଟେଡ଼ କମାଣ୍ଡ କଣ୍ଟ୍ରୋଲ ରୁମ । ବୋର୍ଡରୁ ସମସ୍ତ ପରୀକ୍ଷା ନିରୀକ୍ଷଣ କରି ପାରିବେ ଅଧିକାରୀ ପରୀକ୍ଷାରେ ଅନିୟମିତତା ତଥା ଭାଇରାଲ୍‌ ଓ କପି ଆଦି ନିୟନ୍ତ୍ରଣ ପାଇଁ ପୂର୍ବ ପରି ପ୍ରତି ପ୍ରଶ୍ନପତ୍ରରେ କ୍ୟୁଆର୍‌ କୋର୍ଡ ଏବଂ ୱାଟର୍‌ ମାର୍କ ରହିଛି ।ଏହି ସ୍ପେସାଲ୍‌ ଓଟିଇଟି ପାଇଁ ରାଜ୍ୟରେ ଆବେଦନରତ ୭୫ ହଜାରରୁ ଅଧିକ ଇନ୍‌ସର୍ଭିସ ଶିକ୍ଷକଙ୍କ ମଧ୍ୟରୁ ୨ ହଜାର ୬ ଶହ ଜଣ ଶାରୀରିକ ଅକ୍ଷମ ପ୍ରାର୍ଥୀ ଥିବା ସୂଚନା ମିଳିଛି । ଉକ୍ତ ପ୍ରାର୍ଥୀମାନଙ୍କୁ ଅଧିକ ୫୦ ମିନିଟ୍‌ ସମୟ ଦିଆଯିବ । ଏହି ପରୀକ୍ଷା ଦୁଇଟି ସିଟିଂରେ ହେବ । ପେପର-୧ ପରୀକ୍ଷା ପ୍ରଥମ ସିଟିଂରେ ସକାଳ ୯ଟାରୁ ଦିନ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ । ସେହିପରି ପେପର-୨ ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଶେଷ ହେବ । ପୂର୍ବ ପରି ସେହି ପୁରୁଣା ପାର୍ଟନ ଅନୁସାରେ ପ୍ରଶ୍ନ ପ୍ରସ୍ତୁତି କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏଥର ସିବିଏସଇ ଢାଞ୍ଚାରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଦେଶର ଦୁଇ ପ୍ରମୁଖ ପରୀକ୍ଷା ପରିଚାଳନା ସଂସ୍ଥା ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ପରିଚାଳନା ବ୍ଯବସ୍ଥା ଅନୁଯାୟୀ ହେବ ପରୀକ୍ଷା ।