ଆସନ୍ତାକାଲି ୧୦ଟାରୁ ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ

ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀ ଆସନ୍ତା ୨୩ ସେପ୍ଟେମ୍ବର (ମଙ୍ଗଳବାର) ଦିନ ସ୍ଥାୟୀ ରତ୍ନଭଣ୍ଡାରକୁ, ରାଜ୍ଯ ସରକାରଂକ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ, ସ୍ଥାନାନ୍ତର କରାଯିବ l ଏଥିପାଇଁ ସକାଳ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ । ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ପ୍ରବେଶ ବନ୍ଦ ରହିବ । ରତ୍ନାଳଙ୍କାର ସ୍ଥାନାନ୍ତର ଯାଏଁ କଟକଣା ବଳବତ୍ତର ରହିବ । ରତ୍ନାଳଙ୍କାର ସ୍ଥାନାନ୍ତର ପରେ ଦର୍ଶନ ସ୍ବାଭାବିକ ହେବ । ଆନନ୍ଦବଜାରରୁ ମହାପ୍ରସାଦ ନେଇପାରିବେ ଭକ୍ତ । ଶ୍ରଦ୍ଧାଳୁଙ୍କୁ ସହଯୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।