ଆସନ୍ତା ଏପ୍ରିଲ୍ ୨ରୁ ୫ ତାରିଖ ମଧ୍ୟରେ ଖଡ଼ିଛୁଆଁ ଉତ୍ସବ
ପିଲାମାନେ ଖଡ଼ି ଛୁଇଁ ଆରମ୍ଭ କରିବେ ପାଠପଢ଼ା । ପାରମ୍ପରିକ ରୀତିନୀତିରେ ପିଲାଙ୍କର ହେବ ବିଦ୍ୟାଳୟ ପ୍ରବେଶ ଉତ୍ସବ । ପ୍ରସ୍ତୁତି ଅନୁଯାୟୀ, ସ୍କୁଲରେ ପିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯିବ । ଏଥିସହ ପିଲାଙ୍କୁ ଶିକ୍ଷା କିଟ୍ ବଣ୍ଟନ ହେବ ।ଆସନ୍ତା ଶିକ୍ଷାବର୍ଷ (୨୦୨୬-୨୭) ପାଇଁ ଆସନ୍ତା ଏପ୍ରିଲ୍ ୨ରୁ ୫ ତାରିଖ ମଧ୍ୟରେ ଖଡ଼ିଛୁଆଁ ଉତ୍ସବ ପାଳନ କରାଯିବ ।ଏଥିସହ ୬ ବର୍ଷର ପିଲାଙ୍କର ପ୍ରଥମ ଶ୍ରେଣୀରେ ନାମଲେଖା କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଓଡ଼ିଶା ଶିକ୍ଷା ସର୍ବେକ୍ଷଣ (ଚାଇଲ୍ଡ ଟ୍ରାକିଂ ସର୍ଭେ-ସିଟିଏସ୍) ଦ୍ୱାରା ଗ୍ରହଣ କରାଯାଉଥିବା ତଥ୍ୟକୁ ଆଧାର କରି ନାମଲେଖା ହେବ । ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରି ସ୍କୁଲରୁ ଏହି ତଥ୍ୟ ସଂଗ୍ରହ କରାଯାଇଛି । ଶିଶୁ ବାଟିକା, ପ୍ରଥମ ଶ୍ରେଣୀରେ ପିଲାମାନେ ଯେପରି ନାମ ଲେଖାଇବେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।
