ଆସନ୍ତା ସପ୍ତାହରେ ବର୍ଷା ସମ୍ଭାବନା
ପୁଣି ଆଉ ଏକ ଲଘୁଚାପ ସମ୍ଭାବନା ।ନଭେମ୍ବର ୨୧ରୁ ୨୪ ମଧ୍ୟରେ ଲଘୁଚାପ । ୧୯ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୨୧ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୨୩ ବେଳକୁ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ତୀବ୍ରତା ଓ ଦିଗ ସ୍ପଷ୍ଟ ହୋଇନଥିବା IMDର ସୂଚନା ମିଳିଛି ।ଏପଟେ ରାଜଧାନୀ ଭୁବନେଶ୍ବରରେ ରେକର୍ଡ ଭାଙ୍ଗିଲା ଶୀତ। ଗତ ୨୫ ବର୍ଷ ତୁଳନାରେ ସବୁଠାରୁ ଥଣ୍ଡା ରାତି। ହାଡ ଭଙ୍ଗା ଶୀତ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୯ ଡିଗ୍ରୀ ରେକର୍ଡ ହୋଇଛି। ୨୦୧୮ରେ ସର୍ବନମ୍ନ ତାପମାତ୍ରା ୧୪.୧ ଡିଗ୍ରୀ ରହିଥିଲା । ସେହିପରି ୬ସହରରେ ୧୦ ଡିଗ୍ରୀ କିମ୍ବା ତାଠାରୁ କମ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଜି.ଉଦୟଗିରି ୫.୪ ଡ଼ିଗ୍ରୀ ,ସେମିଳିଗୁଡା ୬.୧ ଡିଗ୍ରୀ, ଦାରିଙ୍ଗବାଡି ୭ ଡିଗ୍ରୀ, ଫୁଲବାଣୀ ୮ ଡିଗ୍ରୀ ଏବଂ ଝାରସୁଗୁଡା ୯.୮ ଡିଗ୍ରୀ ରେକର୍ଡ କରାଯାଇଛି ।
