ଆସନ୍ତା ସୋମବାର ଦୀପାବଳି ପାଇଁ ସ୍କୁଲ ଛୁଟି ଘୋଷଣା

ଆଲୋକର ପର୍ବ ଦୀପାବଳି ପାଇଁ ଧୀରେଧୀରେ ଛୋଟ ପିଲାଙ୍କ ଠାରୁ ଯୁବପିଢ଼ିମାନଙ୍କ ପର୍ଯ୍ୟନ୍ତ ଉତ୍ସାହ ଦେଖାଯାଇଛି। ବଜାରରେ ଦୀପ ଓ ବାଣ ପସରା ବସିଛି। ରାଜ୍ୟ ସରକାର ଦୀପାବଳିକୁ ସରକାରୀ ଛୁଟି ଘୋଷଣା କରିଛନ୍ତି। ଦୀପାବଳି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ସୋମବାର ଦିନ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ସୂଚନା ଅନୁସାରେ, ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ । ମାତ୍ର ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା ରହିବ । ନୂଆପଡା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ୨ ଦିନ ବନ୍ଦ ରହିବ । ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି ।