ଆସନ୍ତା ୧୩ରେ ଆସିବ ଚଳିତ ଅଗଷ୍ଟ ମାସର ଦ୍ୱିତୀୟ ଲଘୁଚାପ ।

ଆସନ୍ତା ୧୩ରେ ଆସିବ ଚଳିତ ଅଗଷ୍ଟ ମାସର ଦ୍ୱିତୀୟ ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ୧୬ ତାରିଖ ଯାଏଁ । ପୁଣି ୧୭ ତାରିଖରେ ଆସିବ ଆଉ ଗୋଟିଏ ଲଘୁଚାପ । ଏମିତି ଘନଘନ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ ।୧୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଯେଉଁ ଲଘୁଚାପ ସୃଷ୍ଟି ହେବ, ତାହା ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ଅଛି ।

ଏହା ପ୍ରଭାବରେ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି । ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କନ୍ଧମାଳ, ରାୟଗଡ଼ା, ଗଜପତି, ଯାଜପୁର, ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଅନେକ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ।ଉପକୂଳ ଓଡ଼ିଶାରେ ଆସନ୍ତା ୧୨ରୁ ୧୪ ତାରିଖ ଓ ୧୭ରୁ ୧୯ ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ଆସନ୍ତା ୧୪ ଓ ୧୭ରେ ପ୍ରବଳ ବର୍ଷା ହୋଇପାରେ ଉପକୂଳ ଅଞ୍ଚଳରେ । ଆଭ୍ୟନ୍ତରୀଣ ଦକ୍ଷିଣ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ୧୩ରୁ ୧୫ ତାରିଖ ଓ ୧୮ରୁ ୨୦ ପର୍ଯ୍ୟନ୍ତ ବର୍ଷା ହେବ । ଏହି ଅଞ୍ଚଳରେ ୧୫ ଓ ୧୮ରେ ପ୍ରବଳ ବର୍ଷା ହୋଇପାରେ । ସୀମାନ୍ତବର୍ତ୍ତୀ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ୧୨ରୁ ୧୫, ୧୭ରୁ ୧୮ ବର୍ଷା ହେବ । 

You might also like