ଆସନ୍ତା ୧୭ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ଓଡିଶା ପ୍ରିମିୟର ଲିଗ୍ କ୍ରିକେଟ

ଆସନ୍ତା ୧୭ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ଓଡିଶା ପ୍ରିମିୟର ଲିଗ୍ କ୍ରିକେଟ। ଏନେଇ ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ଖେଳାଳି ନିଲାମି ଚାଲିଥିଲା। ବାରବାଟୀ ଷ୍ଟାଡିୟମ୍‌ରେ ଚଳିତ ମାସ ୧୭ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌ (ଓପିଟିଏଲ୍‌) ଲାଗି ‌ଫ୍ରାଞ୍ଚାଇଜ୍‌ଗୁଡ଼ିକର ଚୂଡ଼ାନ୍ତ ଖେଳାଳି ତାଲିକା ପ୍ରକାଶ ପାଇଛି। ପ୍ରତି ଦଳରେ ୧୬ ଲେଖାଏଁ ଖେଳାଳି ରହିଛନ୍ତି। ଖେଳାଳିଙ୍କୁ ବିଭିନ୍ନ ବର୍ଗ ମରକ୍ୟୁ (୧,୨୫,୦୦୦ ଟଙ୍କା), ‘ଏ’ (୧,୦୦,୦୦୦ ଟଙ୍କା), ‘ବି’ (୭୫,୦୦୦ ଟଙ୍କା), ‘ସି’ (୫୦,୦୦୦ ଟଙ୍କା) ଓ ‘ଡି’ (୪୦,୦୦୦ ଟଙ୍କା)ରେ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଦଳରେ ସାମିଲ କରିଛନ୍ତି। ଏଥିରେ କଟକ ପାନ୍ଥର୍ସ,ସମ୍ବଲପୁର ୱାରିୟର୍ସ,ପୁରୀ ଟାଇଟାନ୍ସ,ଭୁବନେଶ୍ବର ଟାଇଗର୍ସ,କେନ୍ଦୁଝର ମାଇନର୍ସ,ରାଉରକେଲା ଷ୍ଟିଲର୍ସ ସାମିଲ ଅଛନ୍ତି