ଆସନ୍ତା ୨୭ତାରିଖରେ ଓଡ଼ିଶା ବିଧାନସଭାରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ ସ୍ଥିତ ଲୋକ ସଭା ସଚିବାଳୟର ପାର୍ଲିଆମେଣ୍ଟାରୀ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ ଫର ଡେମୋକାର୍ସି (ପ୍ରାଇଡ) ତରଫରୁ ୧୨ଟି ଦେଶର ୪୦ ଜଣ ବିଦେଶୀ ପ୍ରତିନିଧି ଓଡିଶା ବିଧାନସଭା ପରିଦର୍ଶନ କରିଛନ୍ତି। ଏଥିସହ ସଚିବାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବାଚସ୍ପତି ସୁରମା ପାଢୀ ଏହି ବୈଠକକୁ ଉଦଘାଟନ କରିଥିଲେ । ସେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସ୍ଵାଗତ କରିବା ସହ ବିଧାନସଭାର ଗୌରବମୟ ଇତିହାସ ଓ ଏହାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।:ଆସନ୍ତା ୨୭ତାରିଖରେ ଓଡ଼ିଶା ବିଧାନସଭାରେ ଉଦବୋଧନ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି,ରାଷ୍ଟ୍ରପତିଙ୍କୁ ଆମେ ନିମନ୍ତ୍ରଣ କରିଥିଲୁ । ଆସନ୍ତା ୨୭ ତାରିଖରେ ସେ ଓଡ଼ିଶା ବିଧାନସଭାରେ ଉଦବୋଧନ ଦେବେ। ମନ୍ତ୍ରୀ ଭାବେ ଯେଉଁ ଚାମ୍ବରରେ ରାଷ୍ଟ୍ରପତି ବସୁଥିଲେ ସେଠାକୁ ମଧ୍ୟତାଙ୍କୁ ନିଆଯିବ । ଅପରାହ୍ନ ସାଢେ ୪ଟାରେ ଉଦବୋଧନ ଦେବେ ରାଷ୍ଟ୍ରପତି। ରାଜଭବନ ପରିସରରେ ଏକ ଅତିଥି ଭବନର ଉଦଘାଟନ ମଧ୍ୟ କରିବେ ରାଷ୍ଟ୍ରପତି।
