ଆସନ୍ତା ୨୭ ତାରିଖରେ ଲଘୁଚାପ 

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ ସୃଷ୍ଟି ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଅଧିକ ଘନିଭୂତ ହୋଇ ୨୯କୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ସମ୍ଭାବ୍ୟ ପ୍ରଥମ ଲଘୁଚାପଟି ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ କିନ୍ତୁ ଏହା ବାଂଲାଦେଶ କିମ୍ବା ମିଆଁମାର ଉପକୂଳ ମୁହାଁଇବା ସମ୍ଭାବନା ଅଛି । ଡିସେମ୍ବର ପ୍ରଥମ ସପ୍ତାହବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ତେବେ ସମ୍ଭାବ୍ୟ ଦୁଇ ଲଘୁଚାପର ସିଧା ପ୍ରଭାବ ଓଡ଼ିଶାରେ ପଡିବ ନାହିଁ । ତଥାପି ଡିସେମ୍ବର ପ୍ରଥମ ସପ୍ତାହରେ ରାଜ୍ୟରେ ଅଳ୍ପ ବର୍ଷା ହୋଇପାରେ ।