ଆସନ୍ତା ୨୮ ତାରିଖରେ କଂଗ୍ରେସ ନେବ ରାଜ୍ୟସଭା ନିଷ୍ପତ୍ତି
ଆସନ୍ତା ୨୮ ତାରିଖରେ କଂଗ୍ରେସ ନେବ ରାଜ୍ୟସଭା ନିଷ୍ପତ୍ତି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ଏଥିପାଇଁ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ କହିଛନ୍ତି । ନବୀନଙ୍କୁ ସମୟ ମାଗିଥିଲେ ବି ଏଯାଏଁ ନବୀନ ସମୟ ଦେଇନାହାନ୍ତି କହିଲେ । ରାଜ୍ୟସଭାର ଚତୁର୍ଥ ଆସନ ବିଜେପିକୁ ନ ଛାଡ଼ିବା ପାଇଁ ପିସିସି ସଭାପତି ଭକ୍ତ ଦାସ ଗୋଟି ଚାଳନା ଜାରି ରଖିଛନ୍ତି । ଏବେ ବି ଭକ୍ତ ଅପେକ୍ଷା କରିଛନ୍ତି ନବୀନଙ୍କ ଘୋଷଣାକୁ । ନଚେତ୍ କଂଗ୍ରେସ ଏକାକି ନିଜସ୍ୱ ପ୍ରାର୍ଥୀ ଦେବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଦଳର ବରିଷ୍ଠ ନେତା କିମ୍ବା ବିଶିଷ୍ଟ ବ୍ୟକ୍ତି, ପ୍ରତିଷ୍ଠିତ ସମାଜସେବୀଙ୍କୁ ପ୍ରାର୍ଥୀ କରାଯାଇପାରେ । ସଂଖ୍ୟା ବଳ ଦେଖିଲେ ବିଜେପି ୨ଟି ରାଜ୍ୟସଭା ଆସନ ଓ ବିଜେଡି ଗୋଟିଏ ଆସନ ଜିତିବା ପକ୍କା । ଅସଲ ଲଢ଼େଇ ହେବ ଚତୁର୍ଥ ଆସନ ପାଇଁ ।
