ଆସନ୍ତା ୩ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ଆଇନ ମନ୍ତ୍ରୀ

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ସୂଚନା । ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ।ଧାଡ଼ି ଦର୍ଶନ ଆବଶ୍ୟକତା ନେଇ ବିସ୍ତୃତ ଆଲୋଚନା ହେବ’ ।ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ନୂତନ କମିଟିର ଏହା ପ୍ରଥମ ବୈଠକ । ବୈଠକରେ ନୂତନ ସବ୍ କମିଟି ଗଠନ ହେବ । ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା, ରତ୍ନଭଣ୍ଡାର ଗଣତି, ମଣତି ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ନିଳାଦ୍ରୀ ଭକ୍ତ ନିବାସ ଠାରେ ଦିନ ୧୦ଟା ୩୦ମିନିଟ୍‌ରେ ବୈଠକ ବସିବ ।