ଆସନ୍ତୁ ଜାଣିବା ଆଇସ୍‍କ୍ରିମ୍‍ ବିଷୟରେ କିଛି କଥା…

ଆଇସ୍‍କ୍ରିମ୍‍ର ପ୍ରଚଳନ ଖ୍ରୀ.ପୂ ୪ର୍ଥ ଶତାବ୍ଦୀରୁ ହୋଇଥିଲା। ରୋମ୍‍ର ସମ୍ରାଟ ନିରୋ ପ୍ରଥମେ ବରଫ, ମହୁ ଓ ଫଳରସରୁ ଏହାକୁ ପ୍ରସ୍ତୁତ କରି ବ୍ୟବହାର କରୁଥିଲେ । ଆମେରିକାରେ ଏକ ନିର୍ଦ୍ଦିଷ୍ଟ ଭେରାଇଟିକୁ ଇସ୍‍କ୍ରିମ୍‍ କୁହାଯାଉଥିବା ବେଳେ ଇଟାଲୀରେ ସବୁପ୍ରକାରକୁ ସେଇ ଗୋଟିଏ ନାମ ଆଇସ୍‍କ୍ରିମ ଦିଆଯାଇଥାଏ । ବିଭିନ୍ନ ସ୍ୱାଦର ଆଇସ୍‍କ୍ରିମ ମଧ୍ୟରୁ ଭାନିଲା ଏବଂ ଚକୋଲେଟ୍‍ ଫ୍ଲେଭର ମୁଖ୍ୟ ଅଟେ। ୟୁରୋପ ଓ ବ୍ରିଟେନ୍‍ର ଆଇସ୍‍କ୍ରିମ ସର୍ବାଧିକ ବ୍ୟବହୃତ ହୁଏ । ଏଠାରେ ବର୍ଷକୁ ଜଣପିଛା ପ୍ରାୟ ୮ଲିଟର ବ୍ୟବହାର କରାଯାଏ ।

କୋନ୍‍ ଆକାରରେ ମିଳୁଥିବା ଆଇସ୍‍କ୍ରିମ୍‍ର ବ୍ୟବହାର ୧୯୦୪ ମସିହାରେ ସେଣ୍ଟଲୁଇସ୍‍ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମେଳାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିଲା । ୧୯୮୮ ମସିହାରେ କାନାଡ଼ାର ଆଲବଟା ସ୍ଥିତ ଏଡ଼୍‍ମଂଟନରେ ୨୪ଟନ୍‍ ଓଜନର ସର୍ବବୃହତ୍‍ ଆଇସ୍‍କ୍ରିମ ପ୍ରସ୍ତୁତ ହୋଇଥିଲା ଯାହାର ନାମ ଥିଲା ଝଙ୍କଦ୍ଭୟବର । କୋନାକାରର ଆଇସ୍‍କ୍ରିମ୍‍ ପରିବେଶ ମିତ୍ରଅଟେ । କାରଣ ଏଥିରେ ଆବର୍ଜନାର ନାମ ନଥାଏ । ସବୁକୁ ଖାଦ୍ୟରୂପେ ବ୍ୟବହାର କରାଯାଇପାରେ । ବିଶେଷକରି ଛୋଟ ପିଲା ଠାରୁ ବଡ ବ୍ୟକ୍ତି ଏହାକୁ ଖାଇବାକୁ ବହୁତ ଭଲ ପାଇଥାନ୍ତି |