ଆସନ୍ତୁ ଜାଣିବା କଣ ରହିଛି ଡମଡମଣି ପୀଠର ମାହାତ୍ମ୍ଯ

ଏହି ଦେବୀ ଡ଼ାଳିଯୋଡ଼ା ରାଜାଙ୍କ ଗଡଦେବୀ ବା ଦୁର୍ଗ ରକ୍ଷାକର୍ତ୍ତି ଥିଲେ ।ମହାଭାରତ ବନ ପର୍ବ ରେ ଲେଖା ଅଛି ଯେ , ଅଜ୍ଞାତ ବନବାସ ସମୟରେ ଅର୍ଜୁନ ଏଠାରେ ଗଣ୍ଡା ବଦ୍ଧ କରି ଏହି ମନ୍ଦିର କୁ ସ୍ଥାପନ କରିଥିଲେ ।ଦେଉରି ମାନେ ଏଠାକାର ପୂଜକ ଅଟନ୍ତି ।ମନ୍ଦିର କଡ଼ରେ ଡମଣି ଝର ,କେତକୀ ଝର,ସୁନାମୁଣା ଝର, ଓଉ ଝର,ଆସୋକା ଝର ଭଳି ଝରବାମନ ରହିଛନ୍ତି ।ଦେବୀ ଯୋଗମାୟା ଅଟନ୍ତି ।ଜଙ୍ଗଲ ମଧ୍ୟରେ ପଥରହୁଡ଼ା ବା ବିପଦ ଗ୍ରସ୍ତ ଭକ୍ତମାନଙ୍କୁ ବିଭିନ୍ନ ବେଶ ଧାରଣ କରି ରକ୍ଷା କରିଥାନ୍ତି ।ସେ ବନଦୂର୍ଗା ମାନଙ୍କ ମଧ୍ୟରୁ ଅନ୍ୟତମ ଦେବୀ ଦୁର୍ଗା ଅଟନ୍ତି ।

୧୯୮୬ ମସିହାର ମକର ସଂକ୍ରାନ୍ତି ଦିନ କେତେକ ଭକ୍ତ ପୂଜକଙ୍କ କଥା ନମାନି ତାଙ୍କ ପାଖରେ ତୁଳସୀ ଚଉରା ସ୍ଥାପନ କରି ଅଷ୍ଟପ୍ରହରୀ ନମଯଜ୍ଞ ଆରମ୍ଭ କଲେ ।ସେ ମା ଚଣ୍ଡିକା ଅଟନ୍ତି ଓ ତୁଳସୀ ବସ୍ନାର ମହାବିରୋଧି ଅଟନ୍ତି ।ଏଣୁ ଦେବୀ କ୍ରୋଧ ହୋଇଗଲେ ଓ ତଙ୍କଚକ୍ଷୁ ରକ୍ତ ବର୍ଣ୍ଣ ଧାରଣ କଲା ।

ଏହା ଦେଖି ସମସ୍ତେ ଚକିତ ଓ ଭୟଭୀତ ହୋଇ କ୍ଷମା ମାଗି ଶରଣ ପଶିବାରୁ ଦେବୀଙ୍କ ଚକ୍ଷୁର ବର୍ଣ୍ଣ ବଦଳିଗଲା ।ଏହା ଏକ ସତ୍ୟ ଘଟଣା ଅଟେ ।ଏମିତି ଅନେକ କଥା ଦେବୀ ଙ୍କ ବିଷୟରେ ଶୁଣିବାକୁ ମିଳେ ।ମକର ସଂକ୍ରାନ୍ତି ଦିନ ଲକ୍ଷ ଲକ୍ଷ ଭକ୍ତ ଙ୍କ ଭିଡ଼ ହୋଇଥାଏ ।