ଆସନ୍ତୁ ଜାଣିବା ପୁରୀ ମନ୍ଦିର ବିଷୟରେ କିଛି ରହସ୍ୟ କଥା

ଆମ ସମସ୍ତଙ୍କର ପ୍ରିୟ ଠାକୁର ଜଗତର ନାଥ ଜଗନ୍ନାଥ ।ଆମେ ଜାଣିବା ସେହି ଚାରି କୋଟି ଓଡିଆଙ୍କ ଜନନାୟକ ଜଗତର ନାଥ ଜଗନ୍ନାଥ ଙ୍କ ରହସ୍ୟ ବିଷୟରେ ।।ଦର୍ଶକ ବନ୍ଧୁ ୧୦ବର୍ଷ ତଳେ ଏମିତି ଏକ ରହସ୍ୟ ସୃଷ୍ଟି ହେଇଥିଲା ଯାହାକି ଏବେ ବି ସମସ୍ତ ଙ୍କୁ ଆଚମ୍ବିତ କରେ। ଜଗନ୍ନାଥ ଙ୍କ ମନ୍ଦିର ଏପରି ଏକ ମନ୍ଦିର ଯାହା ସମସ୍ତ ଙ୍କ ର ଅସ୍ଥା ଭଜନ ହୋଇ ରହିଯାଇଛି ।ହଜାରେ ବର୍ଷ ତଳେ କିଭଳି କଂକ୍ରିଟ ରେ ଏତେ ବଡ ଗମ୍ବୁଜ ଟି ନିର୍ମାଣ ହେଲା ତାହା କହିବା ଅସମ୍ଭବ ।।ପୌରାଣିକ କଥା ଅନୁସାରେ ହିନ୍ଦୁ ଧର୍ମରେ ଚାରିଧାମକୁ ଗୋଟିଏ ଯୁଗର ପ୍ରତୀକ ବୋଲି କୁହାଯାଏ । ସେହିପରି ଗୋଟିଏ ଧାମ ପୁରୀ ଧାମର ଶ୍ରୀ ଜଗନ୍ନାଥ ବେଶ୍ ମାନ୍ୟତା ରହିଛି । ପୁରୀ ସ୍ଥିତ ଜଗନ୍ନାଥ ଙ୍କ ମନ୍ଦିର ହେଉଛି ବିଭିନ୍ନ ରହସ୍ୟର ଗନ୍ତା ଘର ।ଏହି ରହସ୍ୟ ରେ ଅନେକ ଲୋକ ଙ୍କୁ ଜନା ନାହିଁ ।କିନ୍ତୁ ବୈଜ୍ଞାନିକ ଏହି ରହସ୍ୟ ବିଷୟରେ ଜାଣି ଆଶ୍ଚଜ୍ୟ ହୋଇଯାଇଛନ୍ତି ।ଆସନ୍ତୁ ଜାଣିବା ଏହି ରହସ୍ୟ ଗୁଡ଼ିକ କଣ ?

ପ୍ରଥମ ରହସ୍ୟ ଜଗନ୍ନାଥ ମନ୍ଦିରର ନେତା ସର୍ବଦା ପବନର ବିପରୀତ ଦିଗରେ ଉଡ଼ିଥାଏ ।ଅର୍ଥାତ୍ ଯଦି ପବନ ପଶ୍ଚିମରୁ ପୂର୍ବକୁ ହେଉଛି ତେବେ ନେତ ଟି ପଶ୍ଚିମ କୁ ଉଡ଼ିବ ।ଦ୍ୱିତୀୟତଃ ଶ୍ରୀମନ୍ଦିରର ଛାୟା କେବେ ମଧ୍ୟ ଦେଖାଯାଇନାହିଁ ।ତୃତୀୟ ରେ ମନ୍ଦିର ଉପରେ ଲାଗିଥିବ ସୁଦର୍ଶନ ଚକ୍ରଟି ଅଷ୍ଟ ଧାତୁ ରେ ତିଆରି ହୋଇଛି। ଆପଣ ମନ୍ଦିରର ଯେଉଁ ସ୍ଥାନରେ ଠିଆ ହୋଇ ଦେଖିଲେ ଆପଣଙ୍କୁ ସୁଦର୍ଶନ ଚକ୍ର ସିଧା ଦେଖାଯିବ ଯେପରି ଲାଗିବ ଏହା ଆପଣ ଙ୍କ ଆଡ଼କୁ ମୁହଁ କରି ରହିଛି ।।

ଚତୁର୍ଥ ରେ ସାଧାରଣ ଦିନ ସମୟରେ ପବନ ସ୍ଥଳ ତଟରୁ ସମୁଦ୍ର ଆଡ଼କୁ ବୋହି ଥାଏ ଏବଂ ସନ୍ଧ୍ୟା ସମୟରେ ଏହାର ବିପରୀତ ଦିଗରେ ବୋହୁଥାଏ ।ପଞ୍ଚମରେ ପ୍ରାୟ ମନ୍ଦିରରେ ଦେଖାଯାଏ ମନ୍ଦିରର ଉପର ଭାଗରେ ଅନେକ ପକ୍ଷୀ ରହିଥିବାର କିନ୍ତୁ ପୁରୀ ମନ୍ଦିର ଉପରେ କୌଣସି ବି ପକ୍ଷୀ ବସିବାର ଦେଖାଯାଉନାହିଁ ।ଷଷ୍ଠ ରେ ମନ୍ଦିର ରୋଷେଇ ଶାଳରେ ହଜାର ହଜାର ଭକ୍ତ ଙ୍କ ପାଇଁ ରୋଷେଇ ହେଉଥିଲେ ମଧ୍ୟ ଏହି ଲକ୍ଷ୍ ଲକ୍ଷ୍ ଲୋକ ପ୍ରସାଦ ଖାଆନ୍ତି ।।

ସପ୍ତମରେ ଶ୍ରୀମନ୍ଦିରର ବାହାରେ ଥିଲେ ଆପଣ ଙ୍କୁ ସମୁଦ୍ର ଗର୍ଜନ ଶୁଣାଯିବ ।।କିନ୍ତୁ ମନ୍ଦିର ଭିତରେ ପ୍ରବେଶ କରିବା ମାତ୍ରେ ସମୁଦ୍ରର ଗର୍ଜନ ସୁଭା ଯାଏ ନାହିଁ ।

ଅଷ୍ଟମ ରେ ଶ୍ରୀମନ୍ଦିର ର ରୋଷେଇ ଶାଳ ରେ ପ୍ରସାଦ ତିଆରି ହୁଏ ଅର୍ଥାତ୍ ତିଆରି ପାଇଁ ଗୋଟିଏ ଉପରେ ଗୋଟିଏ ହାଣ୍ଡି ରଖା ହୋଇଥାଏ କିନ୍ତୁ ଆଶ୍ଚର୍ଯ୍ୟ ର କଥା ଯେ ଶୀର୍ଷରେ ଥିବା ପ୍ରସାଦ ଆଗେ ତିଆରି ହୋଇଯାଏ ।