ଆସିଲା ନୂଆ ତାଲିକା: ଜାଣନ୍ତୁ ଦେଶର ୧୦ ସବୁଠୁ ଧନୀ ବ୍ୟକ୍ତି କିଏ ?

ପ୍ରକାଶ ପାଇଛି ଭାରତର ୩୩୪ ବିଲିୟନେୟାରଙ୍କ ତାଲିକା । ଯେଉଁଥିରେ ପୁଣିଥରେ ବାଜି ମାରିଛନ୍ତି ଶିଳ୍ପପତି ଗୌତମ ଆଦାନୀ ଶୀର୍ଷରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମାଲିକ ମୁକେଶ ଅମ୍ବାନୀ । ଏହାର ଅର୍ଥ ହେଉଛି ଗୌତମ ଆଦାନୀ ହୁରୁନ୍ ଧନୀ ତାଲିକାରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି ।

ତାଲିକା ଅନୁସାରେ, ଆଦାନୀଙ୍କ ମୋଟ ସମ୍ପତ୍ତିର ପରିମାଣ ୧୧ ଲକ୍ଷ ୬୦ ହଜାର କୋଟି ଟଙ୍କା। ୨ୟ ସ୍ଥାନରେ ଥିବା ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ପରିମାଣ ୧୦ ଲକ୍ଷ ୧୪ ହଜାର ୭୦୦ କୋଟି ରହିଛି। ହୁରୁନ ଇଣ୍ଡିଆର ପ୍ରତିଷ୍ଠାତା ତଥା ମୁଖ୍ୟ ଗବେଷକ ଅନସ ରହମନ ଜୁନୈଦ କହିଛନ୍ତି, ଭାରତ ଏସିଆର ଧନୀ ସୃଷ୍ଟିକାରୀ ମେସିନ ପାଲଟିଛି। ହୁରୁନ୍ ଇଣ୍ଡିଆ ସମୁଦାୟ ୧,୫୩୯ ଅଲ୍ଟ୍ରା-ଧନୀ ବ୍ୟକ୍ତିଙ୍କୁ ଚିହ୍ନଟ କରିଛି, ଯାହା ଗତ ବର୍ଷ ତୁଳନାରେ ୨୨୦ର ମହତ୍ତ୍ୱପୂର୍ଣ୍ଣ ବୃଦ୍ଧି ଦେଖାଦେଇଛି ।