ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ। 

୨୭ ତାରିଖ ଦିନ ଦିନ ୧୧ଟା ୧୦ ମିନିଟରେ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ପହଞ୍ଚିବେ ମୋଦି । ସେଠାରୁ ସଡ଼କ ପଥରେ ଯାଇ ପୂର୍ବାହ୍ନ ୧୧ଟା ୨୫ରେ ଅମଲିପାଲି ସ୍ଥିତ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳରେ ଯୋଗଦେବେ । ସେଠାରେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ଶେଷରେ ଅପରାହଣ ୧୨ଟା ୪୫ରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ପ୍ରାୟ ୬୦ ହଜାର ଲୋକଙ୍କ ସମାଗମ ହେବାର ଲକ୍ଷ୍ୟ ରଖାଯାଇଛି ।

ଏନେଇ ଝାରସୁଗୁଡା ବିମାନବନ୍ଦର, ଝାରସୁଗୁଡା ଅତିଥିଭବନ, ସଭାସ୍ଥଳ, କାରକେଡ୍ ରୁଟ୍, ବିଦ୍ୟୁତ ଓ ପାନୀୟ ଜଳ ଓ ପାସ୍ ବ୍ୟବସ୍ଥା  ହୋଇଛି ।ପୂର୍ବରୁ ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ବେଳେ, ପାଣିପାଗ ସମସ୍ୟା ନେଇ ଝାରସୁଗୁଡାକୁ ପରିବର୍ତ୍ତନ କରାଯାଇଛି ।