ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ : ସେପ୍ଟେମ୍ବର ପହିଲାରୁ ପୁଣି ଭିଜିବ ଓଡ଼ିଶା
ରାଜ୍ୟ ଉପରେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡିଶା ଉପକୂଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବୈଜ୍ଞାନିକ ଶରତ ସାହୁ । ଯାହା ଫଳରେ ସେପ୍ଟେମ୍ବରରୁ ପହିଲାରୁ ରାଜ୍ୟରେ ଜାରି ରହିବ ବର୍ଷା ପୁଣି ଭିଜିବ ଓଡିଶା । ତେବେ ଗୁରୁବାର ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ଶୁକ୍ରବାରଠୁ କମିବ ବର୍ଷାର ପରିମାଣ । ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏପଟେ ଗତ ୨୪ ଘଣ୍ଟାରେ ୫ ସ୍ଥାନରେ ପ୍ରବଳ ଓ ୭ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇଥିବା ବେଳେ କୋରାପୁଟ ଜୟପୁରରେ ସର୍ବାଧିକ ୧୮୬ ମିମି ବର୍ଷା ରେକର୍ଡ କରାଯାଇଛି ।
