ଆହୁରି ୩ଦିନ ବର୍ଷା ଓ କୁହୁଡ଼ି

ରାଜ୍ୟରେ ଗତକିଛି ଦିନ ଧରି ସ୍ଥାନେ ସ୍ଥାନେ ବର୍ଷା ହେବା ସହ ପାଗ କୋହଲା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆସନ୍ତା ୨୭ ତାରିଖ ଯାଏ କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡା, ବଲାଙ୍ଗିର, କନ୍ଧମାଳ, ରାୟଗଡାରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ବାୟୁମଣ୍ଡଳର ତଳ ଭାଗରେ ଗୁରୁଚାପ ବଳୟ ପ୍ରଭାବ ରହିଛି । ଯାହାକି କେନ୍ଦ୍ରୀୟ ଭାରତ ଓ ଉପକୂଳ ଓଡିଶାରୁ ଜଳୀୟବାଷ୍ପ ଆସୁଛି । ଏଥିସହ ଓଡିଶାର ଉପରି ଭାଗରେ ମଧ୍ୟ ଷ୍ଟ୍ରଙ୍ଗ ଉଇଣ୍ଡ ମଧ୍ୟ ରହୁଛି । ତେବେ ତଳ ଭାଗରେ ଜଳୀୟବାଷ୍ପ ଓ ଉପରି ଭାଗରେ ଥଣ୍ଡା ପବନ ପ୍ରବାହ ବୋହୁଛି । ଫଳରେ ରାଜ୍ୟରେ ହାଲୁକା ବର୍ଷା ହେଉଥିବା କହିଛନ୍ତି ।