ଇଦୁଲ ଫିତର ଓ ରାମ ନବମୀରେ ସବୁ ଛୁଟି ରହୁଥିଲେ ହେଁ ଦଶମ ଶ୍ରେଣୀ ଖାତା ଦେଖା ଚାଲିବ

ଆଜିଠୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ। ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨ ତାରିଖ ସୁଦ୍ଧା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି । ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍‌ସି)ଓ ସଂସ୍କୃତ ମଧ୍ୟମା ଖାତା ଦେଖା ପାଇଁ ୩୦ ଟି ଜିଲ୍ଲାରେ ସମୁଦାୟ ୫୧ ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି । ଏଥିରୁ ୪୭ଟି ହାଇସ୍କୁଲ୍ରେ ମାଟ୍ରିକ୍ ଖାତା ଦେଖିବା ଲାଗି ବ୍ୟବସ୍ଥା ରହିଥିବା ବେଳେ ଦୁଇଟି କେନ୍ଦ୍ରରେ ଏସ୍ଓଏସସି ଓ ଗୋଟେ କେନ୍ଦ୍ରରେ ମଧ୍ୟମା ଖାତା ଦେଖା ହେବ ।ଖାତା ଦେଖା ସର୍ବନିମ୍ନ ଦଶ ଦିନ ଲାଗିପାରେ। ଏଥିପାଇଁ ବୋର୍ଡ ତରଫରୁ ବିଧିବଦ୍ଧ ଭାବେ ନୋଟିସ ଜାରି କରାଯାଇଛି। କିନ୍ତୁ ବୋର୍ଡର ଅଜବ ନିୟମ ଇଦୁଲ ଫିତର ଓ ରାମ ନବମୀରେ ସବୁ ଛୁଟି ରହୁଥିଲେ ହେଁ ଦଶମ ଶ୍ରେଣୀ ଖାତା ଦେଖା ଚାଲିବ।

ଆସନ୍ତା ୨୧ ତାରିଖରେ ମୁସଲମାନ ସମ୍ପ୍ରଦାୟଙ୍କର ଇଦୁଲଫିତର ପର୍ବ ଥିବା ବେଳେ ଆସନ୍ତା ୨୭ ତାରିଖରେ ଓଡିଶାର ଗଣ ପର୍ବ ରାମ ନବମୀ ପାଳିତ ହେବ। ସେଥି ପାଇଁ ଏହି ଦୁଇ ଦିନକୁ ଓଡ଼ିଶା ସରକାର ଛୁଟି ଘୋଷଣା କରିବା ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପାଇଁ ମଧ୍ଯ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି ସଂଖ୍ୟା ୩୨୨୬୭,୧୫.୧୨.୨୦୨୫ ଅନୁସାରେ ଛୁଟି ଘୋଷଣା ସହ ବିଦ୍ୟାଳୟ ବନ୍ଦ ପାଇଁ ନିର୍ଦ୍ଦେଶନାମା ଅଛି। କିନ୍ତୁ ବଡ଼ ଦୁଃଖ ପରିତାପର ବିଷୟ ଏହିକି ଯେ ଏହି ଦୁଇଦିନ ଛୁଟିରେ ସମସ୍ତ ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବେ