ଇନ୍ଦୋର ଡାଇରିଆ ମାମଲାରେ NHRCର ତଦନ୍ତ, ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ୍

ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଥିବା ଡାଇରିଆ ବା ଝାଡାବାନ୍ତି ପାଇଁ ଏବେ ସବୁଠି ଚର୍ଚ୍ଚା । ତେବେ ପାନୀୟ ଜଳରେ ଡ୍ରେନ୍ ପାଣି ମିଶିଯିବାରୁ ଏତେ ବଡ ଘଟଣା ଘଟିଥିବା ଲ୍ୟାବ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।ରିପୋର୍ଟ ଅନୁସାରେ, ସହରରେ ହଠାତ ଶତାଧିକ ଲୋକ ଡାଇରିଆରେ ପୀଡିତ ହୋଇଥିଲେ । ଧିରେ ଦିରେ ଏହି ସଂଖ୍ୟା ବଢିଥିଲା । ଏବେ ୧୪୦୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ଅଛନ୍ତି । ଏହାସହ ୯ ଜଣ ପ୍ରାଣ ମଧ୍ୟ ହରାଇ ସାରିଲେଣି । ପ୍ରଥମେ ଭାଗୀରଥପୁରରେ ଡାଇରିଆ ମାମଲା ସାମ୍ନାକୁ ଆସିଥିଲା । ପରେ ଅନ୍ୟ କିଛି ଜାଗାରେ ଏହା ମାଡି ଯାଇଥିଲା ।ପାଣିକୁ ନେଇ ଲ୍ୟାବରେ ପରୀକ୍ଷଣ କରାଯାଇଥିଲା । ପାଇପରେ କିଛି ଫାଟ ଥିବାରୁ ଏଥିରେ ନାଳ ନର୍ଦ୍ଦମା ପାଣି ମିଶିଯାଇଥିଲା । ଏକ ଥାନା ପାଖ ଦେଇ ଯାଇଥିବା ପାଣି ପାଇପରେ ଫାଟ ଦେଖିବାକୁ ମିଳିଛି । ଏହା ପାଖରେ ସ୍ୱରେଜ୍ ଏବଂ ନର୍ଦ୍ଦମା ଥିବାରୁ ତାହାର ଦୂଷିତ ଜଳ ପାଣି ପାଇପରେ ପ୍ରବାହିତ ହୋଇଥିଲା ।ଭାଗୀରଥପୁର ଅଞ୍ଚଳର ବିଭିନ୍ନ ପାଇପକୁ ତନ୍ନତନ୍ନ କରି ଯାଞ୍ଚ୍ କରାଯାଉଛି । ଆଉ କେଉଁଠି ପାଇପରେ ଫାଟ ହୋଇଛି ନା ନାହିଁ ତାହାର ତଦାରଖ ଚାଲିଛି । ତଦାରଖ ପରେ ଲୋକଙ୍କ ଘରକୁ ସ୍ୱଚ୍ଛ ପାଣି ଯୋଗାଇ ଦିଆଯିବ । ଏବେ ସହରବାସୀ ଫୁଟା ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି ସରକାର | ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ- ଡ୍ରେନେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଛି। ବର୍ଷ ବର୍ଷ ଧରି ଖରାପ ଅବସ୍ଥାରେ ଅଛି। ପୁରୁଣା ପୌରପାଳିକା ଡ୍ରେନେଜ୍ ଲାଇନ ରାସ୍ତା ସାମ୍ନାରେ ଅଛି, ଯେତେବେଳେ ଘରଗୁଡ଼ିକର ଡ୍ରେନେଜ୍ ଡ୍ରେନ୍ ପଛରେ ଅଛି। ଫଳସ୍ୱରୂପ, ସ୍ୱେରେଜ୍ ଲାଇନଗୁଡ଼ିକ ନିରନ୍ତର ବନ୍ଦ ହୋଇଯାଏ ଏବଂ ମଇଳା ପାଣି ଜମା ହୁଏ। ସେମାନେ ବାରମ୍ବାର ଅଭିଯୋଗ କରିଥିଲେ ଏବଂ ଅଧିକାରୀମାନଙ୍କୁ ଗୁହାରି କରିଥିଲେ, କିନ୍ତୁ ପ୍ରତ୍ୟେକ ଥର ସେମାନଙ୍କୁ କେବଳ ପ୍ରତିଶ୍ରୁତି ଦିଆଯାଇ ଫେରାଇ ଦିଆଯାଇଥିଲା। କୌଣସି ସ୍ଥାୟୀ ସମାଧାନ ମିଳିଲା ନାହିଁ, କିମ୍ବା ପରିସ୍ଥିତିରେ ଉନ୍ନତି ହୋଇନାହିଁ।