ଇପ୍ସିତା ସାହୁ ହେଲେ ଛାତ୍ର ବିଜେଡି ସଭାପତି
ବିଜୁ ଛାତ୍ର ଜନତା ଦଳ ପାଇଁ ନୂଆ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରାଯାଇଛି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ନାଁ ଘୋଷଣା କରିଛନ୍ତି । ଏଥିରେ ୬ ଜଣ ନେତାଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି ନବୀନ ।ଇପ୍ସିତା ସାହୁ ହେଲେ ଛାତ୍ର ବିଜେଡି ସଭାପତି । ସେହିଭଳି ଦେବାଶିଷ ଆଚାର୍ଯ୍ୟ, ଦେବୀରଞ୍ଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଓ ସୌଭିକ ବିଶ୍ୱାଳଙ୍କୁ ମିଳିଛି ନୂଆ ଦାୟିତ୍ୱ ।ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଦଳ ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଛନ୍ତି।
