ଇଶା ଅମ୍ଵାନୀଙ୍କ ବିବାହରେ କାହିଁକି ଖାଦ୍ୟ ପରସି ଥିଲେ ଅମୀର-ଅମିତାଭ୍ ? 

ଦେଶର ସବୁଠାରୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀ। ବର୍ତ୍ତମାନ ସେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଛି। ମାର୍ଚ୍ଚ ୧ରୁ ୩ ଯାଏଁ ବିବାହର ପ୍ରି-ୱେଡିଂ କରାଯାଉଛି । କହିବାକୁ ଗଲେ ବିବାହ ଜୁଲାଇ ମାସରେ ହେବ । ଏହି କାର୍ଯ୍ୟରେ ବଲିଉଡ ତାରକାମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ନିକଟରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଠି ଅମ୍ବାନୀ ପରିବାର ବିବାହ ଉତ୍ସବରେ ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ ଓ ଅମୀର ଖାନ୍‌ ଅତିଥିଙ୍କୁ ଖାଦ୍ୟ ପରଷୁଛନ୍ତି।ଇଶା ଅମ୍ବାନୀ ୨୦୧୮ରେ ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଦୁହିଙ୍କ ଫଟୋ ଏବଂ ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା। ବଲିଉଡ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତାଙ୍କ ସମେତ ଅନେକ ଅତିଥି ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଏଥିରେ ଅମିତାଭ ବଚ୍ଚନ, ଶାହାରୁଖ ଖାନ ଏବଂ ଅମୀର ଖାନଙ୍କ ଭଳି ତାରକା ଅତିଥିମାନଙ୍କୁ ନିଜ ହାତରେ ଖାଦ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା।

ଭିଡିଓ ଗୁଡିକ ଭାଇରାଲ ହେବା ପରେ ପ୍ରଶଂସକମାନେ ଏହାକୁ ନେଇ ବହୁତ ପ୍ରତିକ୍ରିୟା ପ୍ରକାଶ କରିଥିଲେ କି ଏତେ ବଡ଼ ତାରକା ହୋଇ କିପରି ଅତିଥିମାନଙ୍କୁ ଖାଦ୍ୟ ପରିବେଷଣ କରୁଥିଲେ । ଅଭିଷେକ ସୋସିଆଲ ମିଡିଆ ଜରିଆରେ ଏ ବିଷୟରେ ସ୍ପଷ୍ଟୀକରଣ କରିଥିଲେ କି- ‘ଏହା ଏକ ପରମ୍ପରା ଯାହା ସଜନ ଘୋଟ ନାମରେ ଜଣାଶୁଣା । ଏହି ପରମ୍ପରାରେ କନ୍ୟାର ପରିବାର ଲୋକେ ବରର ପରିବାରକୁ ଖାଦ୍ୟ ପରିବେଷଣ କରନ୍ତି। ‘ଅଭିଷେକଙ୍କ ଏହି ପ୍ରତିକ୍ରିୟା ପରେ ଲୋକମାନେ ସ୍ପଷ୍ଟ ହୋଇଯାଇଥିଲେ ତାରକାମାନେ କାହିଁକି ଖାଦ୍ୟ ପରିବେଷଣ କରିଥିଲେ ।