ଇଶା ଦେଓଲ ଓ ଭରତ ତଖ୍‌ତାନୀଙ୍କ ଛାଡପତ୍ର

ବଲିଉଡ୍‌ ଅଭିନେତ୍ରୀ ଈଶା ଦେଓଲ ସ୍ବାମୀ ଭାରତ ଭରତଙ୍କଠାରୁ ଅଲଗା ହୋଇଛନ୍ତି। ଉଭୟଙ୍କ ୧୨ ବର୍ଷର ବୈବାହିକ ସମ୍ପର୍କ ଉପରେ ଲାଗିଛି ବିରାମ। ତେବେ ଦୁହେଁ ସହମତିରେ ରାସ୍ତା ଅଲଗା କରିଥିବା ଈଶା ସ୍ପଷ୍ଟ କରିଛନ୍ତି।ତେବେ ସେମାନଙ୍କ ଜୀବନର ଏହି ପରିବର୍ତ୍ତନରେ ପିଲାଙ୍କ ନିମନ୍ତେ କଣ ଉତ୍ତମ ଏହା ଗୁରୁତ୍ୱ ରଖୁଛି। ଆମେ ଏହାର ସମ୍ମାନ କରିବୁ ଓ ଆମ ପ୍ରାଇଭେସୀର ସମ୍ମାନ କରାଯାଉ ବୋଲି ସେମାନେ ବୟାନରେ କହିଛନ୍ତି। ଭରତ ଓ ଇଶାଙ୍କ ମତପାର୍ଥକ୍ୟ କଥା ଦୀର୍ଘ ସମୟରୁ ଶୁଣା ଯାଉଥିଲା।

କେତେକ ସୋସିଆଲ ମିଡିଆ ୟୁଜର ଭରତ ତାଙ୍କ ପତ୍ନୀଙ୍କୁ ଧୋକା ଦେଉଥିବାର ଦାବି କରୁଥିଲେ। ଇଶା ଦେଓଲ ଏବଂ ଭରତ ତଖ୍‌ତାନୀ ୨୯ ଜୁନ ୨୦୧୨ରେ ବିବାହ କରିଥିଲେ। ଏହି ବିବାହ ଉତ୍ସବ ଇସ୍କନ ମନ୍ଦିରରେ ଅତ୍ୟନ୍ତ ସାଦାସିଧା ଅନୁଷ୍ଠିତ ହୋଇଥିଲା। ବିବାହର ପାଞ୍ଚ ବର୍ଷ ପରେ ଏହି ଦମ୍ପତ୍ତି ଝିଅ ରାଧ୍ୟାର ପିତାମାତା ହୋଇଥିଲେ। ୨୦୧୯ରେ ଇଶା ଦ୍ୱିତୀୟ କନ୍ୟା ମିରାୟାକୁ ଜନ୍ମ ଦେଇଥିଲେ।