ଇସ୍କନକୁ ପୁଣି ଚିଠି ଲେଖିଲେ ଗଜପତି ମହାରାଜା
ଗଜପତି ଦିବ୍ୟସିଂହ ଦେବଙ୍କ ପୁନର୍ବାର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି । ଇସ୍କନ ନିଜ ସିଦ୍ଧାନ୍ତର ପୁନର୍ବିଚାର କରିବାକୁ ଏବଂ ପବିତ୍ର ଶାସ୍ତ୍ର ଓ ପୁରାତନ ରୀତି ନୀତିର ସମ୍ମାନ ରଖି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ୯ ଦିନ ମଧ୍ୟରେ ରଥଯାତ୍ରା ପାଳନ କରିବାକୁ ଦିଗଦର୍ଶନ ଦେଇଛନ୍ତି।ଜ୍ୟେଷ୍ଠ ପୂର୍ଣ୍ଣିମାରେ ଦେଶରେ ଓ ଦେଶ ବାହାରେ ସ୍ନାନଯାତ୍ରା ପାଇଁ ସମ୍ମତ ବୋଲି ଜଣାଇବା ପରେ ଗଜପତି ମହାରାଜା ଆପତ୍ତି ଉଠାଇବା ସହ ପୁଣି ଇସ୍କନ GBC ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଇସ୍କନ GBC ସିଦ୍ଧାନ୍ତର ପୁର୍ନବିଚାର କରୁ। ସମସ୍ତ ଦେଶରେ ଇସ୍କନ ଆଷାଢ଼ ଶୁକ୍ଳ ଦ୍ବିତୀୟାରୁ ୯ ଦିନ ମଧ୍ୟରେ ରଥଯାତ୍ରା କରୁ ବୋଲି ସେ କହିଛନ୍ତି।
