ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ

ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି । ବର୍ତ୍ତମାନ ୪୫୦ଟି ଇ-ବସ୍ ଚଳାଚଳ କରୁଥିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ୧୦୦୦ ଅତିକ୍ରମ କରିବାକୁ ଯୋଜନା କରୁଥିବାରୁ, ସହରଗୁଡ଼ିକୁ ସ୍ୱଚ୍ଛ, ସ୍ମାର୍ଟ ଏବଂ ଅଧିକ ଯାତ୍ରୀ-ଅନୁକୂଳ କରିବା ପାଇଁ ସ୍ବତନ୍ତ୍ର ରଣନୀତି ସହିତ ଦ୍ରୁତ ଗତିରେ ଆଗକୁ ବଢୁଛି ।“ଆମ ବସ” ସେବାର ନିରବଚ୍ଛିନ୍ନ ପରିଚାଳନା ସୁନିଶ୍ଚିତ କରିବା ପାଇଁ କ୍ରୁଟ୍‍ ଡିପୋ ଏବଂ ଟର୍ମିନାଲରେ ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯାଉଛି, ଯେତେବେଳେ କି କ୍ୟୁଆର-ଆଧାରିତ ପେମେଣ୍ଟ, ଏନସିଏମସି କାର୍ଡ ଏବଂ ଆପ୍-ସକ୍ଷମ ବୁକିଂ ସମେତ ସ୍ମାର୍ଟ ଟିକେଟ୍ ସିଷ୍ଟମ୍ ପ୍ରବର୍ତ୍ତନ କରାଯାଉଛି। ଏହା ସହିତ, ସୁରକ୍ଷିତ, ବିଶ୍ୱସନୀୟ ଏବଂ ଯାତ୍ରୀ-କୈନ୍ଦ୍ରିକ ସେବା ପ୍ରଦାନ କରିବା ପାଇଁ କର୍ମଚାରୀମାନଙ୍କର ମାନଙ୍କର ତାଲିମ ଏବଂ ଦକ୍ଷତା ବୃଦ୍ଧି ଦିଗରେ ଉଦ୍ୟମ ଜାରିରହିଛି ।ବର୍ତ୍ତମାନ ଓଡ଼ିଶାରେ ଇ-ବସ୍ ମୁଖ୍ୟତଃ ଭୁବନେଶ୍ୱର, କଟକ ଏବଂ ପୁରୀର ଯାତ୍ରୀମାନଙ୍କୁ ସେବା ପ୍ରଦାନ କରୁଛି, ଯେଉଁଠାରେ ସୁଲଭ ଏସି ଯାତ୍ରା ନାଗରିକମାନଙ୍କୁ ଘରୋଇରୁ ସାର୍ବଜନୀନ ପରିବହନକୁ ସ୍ଥାନାନ୍ତର କରିବାକୁ ଉତ୍ସାହିତ କରିଛି।