ଈଶା ଦେଓଲଙ୍କ ଜୀବନରେ କାହିଁକି ଛାଡପତ୍ର ନେବାର ସମସ୍ୟା ଆସିଲା |

ଈଶା ଦେଓଲ ଏବଂ ଭରତ ତାଖତାନୀଙ୍କ ଛାଡପତ୍ର ବର୍ତ୍ତମାନ ସମୟରେ ସବୁଠାରୁ ଚର୍ଚ୍ଚିତ ବିଷୟ । ଏହି ଦମ୍ପତି ସମଗ୍ର ସ୍ବୀକାର କରିଛନ୍ତି ଯେ ସେମାନଙ୍କର ସମ୍ପର୍କ ଭାଙ୍ଗି ଯାଇଛି ଏବଂ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତି। ବର୍ତ୍ତମାନ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିବା ଘଟଣାକୁ ନେଇ ସବୁଆଡେ କଳ୍ପନାଜଳ୍ପନା କରାଯାଉଛି। ୨୦୨୦ ମସିହାରେ, ଇଶା ଦେଓଲ୍ ‘ଆମ୍ମା ମିଆ: ଷ୍ଟୋରିଜ୍‌, ଏଡଭାଇସ୍‌ ଆଣ୍ଡ ରେସିପିଜ୍‌ ଫ୍ରମ୍‌ ୱନ ମଦର ଟୁ ଅନଦର ନାମକ ଏକ ପୁସ୍ତକ ଲେଖିଥିଲେ। ସେ ଏହି ପୁସ୍ତକ ଗୁଡ଼ିକ ମାଧ୍ୟମରେ ନିଜର ଗର୍ଭଧାରଣ ଅଭିଜ୍ଞତା ବାଣ୍ଟିଥିଲେ । ପୁସ୍ତକରେ ସେ କହିଥିଲେ ଯେ ଦ୍ୱିତୀୟ ଝିଅ ଜନ୍ମ ହେବା ପରେ ସେ ନିଜକୁ ଅବହେଳିତ ଅନୁଭବ କରିଥିଲେ। ଭରତ ସେହି ସମୟରେ ବିରକ୍ତ ରହୁଥିଲେ ଏବଂ ତାଙ୍କୁ ସମୟ ମଧ୍ୟ ଦେଉନଥିଲେ ।

କିନ୍ତୁ ଏହା ଭିତରେ ମଧ୍ୟ ଶୁଣିବାକୁ ମିଳୁଛି ଯେ ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ଈଶା ଏବଂ ଭରତ ୧୨ ବର୍ଷ ପୁରୁଣା ବିବାହରେ ଅନ୍ୟ ଜଣେ ଯୁବତୀ ବିବାଦର ମୁଖ୍ୟ କାରଣ ସାଜିଛନ୍ତି। ବର୍ତ୍ତମାନ ଶୁଣିବାକୁ ମିଳିଛି ଏହା ଦାମ୍ପତ୍ୟ ଜୀବନରେ ଝଡ଼ ଆଣିଛି। ଏହାର ଅର୍ଥ ହେଉଛି ଭରତଙ୍କ ସହ ଅନ୍ୟ ଜଣେ ଯୁବତୀଙ୍କର ସମ୍ପର୍କ ରହିଛି।