ଉତମ ଛାତ୍ରଛାତ୍ରୀ ଗଠନରେ ଶିକ୍ଷକଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ
ଗଣିଆ,( ବିଶ୍ୱରଂଜନ ସେଠି) ଶନିବାର ଦିନ ଗଣିଆ ବ୍ଳକ ଆଡ଼କଟା ପଂଚାୟତର ପ୍ରଧାନ ଶିକ୍ଷକ ସୁରଥ କୁମାର ବେହେରା ଅବସର ଗ୍ରହଣ କରିଛନ୍ତି । ଧୂଆମଡ଼ାସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରତାପ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ସରପଂଚ ସୁବାଶିନୀ ବାରିକି, ମଣ୍ଡଳ ସାଧନ ସଂଯୋଜକ ବିନୋଦିନୀ ପଣ୍ଡା, ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ବେହେରା, ଶିକ୍ଷକ ସଂଘର ସମ୍ପାଦକ ଶୋଭନ କୁମାର ପଣ୍ଡା, ପୁର୍ବତନ ପ୍ରଧାନଶିକ୍ଷକ ସୁଧୁଚରଣ ପରିଡ଼ା, ଗ୍ରାମ ସଭାପତି ଚନ୍ଦ୍ରଶେଖର ସାହୁ ପ୍ରମୁଖ ମଂଚାସୀନ ଥିଲେ । ବିଦାୟୀ ଶିକ୍ଷକଙ୍କୁ ଫୁଲତୋଡ଼ା, ଉତରୀୟ, ମାନପତ୍ର ଦେଇ ସମ୍ବଦ୍ଧିର୍ତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଦସ୍ୟ, ଅଂଚଳବାସୀ ଓ ସମସ୍ତ ସିଆରସିସି ଯୋଗଦାନ କରିଥିଲେ । ଶିକ୍ଷକ ସଂଘର ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା ମଂଚ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀ ଓ ଅତିଥିମାନେ ବିଦାୟୀ ଶିକ୍ଷକଙ୍କ ସଂପର୍କରେ ଗୁଣଗାନ କରିବା ସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନର ସ୍ନେହୀ, ଛାତ୍ରବତ୍ସଳ ସମୟାନୁବର୍ତିତା ଶିକ୍ଷକ ଥିଲେ ବୋଲି ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ । ବିଦାୟୀ ଶିକ୍ଷକଙ୍କୁ ପରିଚାଳନା କମିଟି ତରଫରୁ ଏକ ବିଶାଳ ଶୋଭାଯାତ୍ରାରେ ନିଜସ୍ୱ ବାସଗୃହରେ ଛାଡ଼ି ଆସିଥିଲେ ।
