ଉତ୍କଳମଣି ଗୋପବନ୍ଧୁ ଙ୍କ ଜୀବନୀ ଉପରେ କିଛି କଥା


ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ୯ ରେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଦୈତାରି ଦାସ ଓ ମାତାଙ୍କ ନାମ ସ୍ଵର୍ଣ୍ଣମୟୀ ଦେବୀ। ସେ ପୁରୀ ଜିଲ୍ଲା ସ୍କୁଲରୁ ମାଟ୍ରିକ ପାସ ଓ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଉପାଧି ହାସଲ କରିଥିଲେ। କଲିକତା ରେ ବି.ଏଲ୍.ପଢିବା ସମୟରେ ସେଠାରେ ଓଡ଼ିଆ ଶ୍ରମିକ ସଂଘ ଓ ସାନ୍ଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ।
ପୁରୀ ସେବା ସମିତି ପ୍ରତିଷ୍ଠା କରିଥିଲେ ଓ ସାଥିମାନଙ୍କ ସହ ରୋଗୀ ସେବା, ପରିବେଶ ପରିଚ୍ଛନ୍ନତା ପ୍ରତି ଗୁରୁତ୍ବ ଦେବା ସହ ଶବସସ୍କାର କାର୍ଯ୍ୟ କରୁଥିଲେ। ମଧୁସୂଦନ ରାଓଙ୍କ ନିଷ୍ପତି କ୍ରମେ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ବନ୍ୟା, ମରୁଡି, ଦୁର୍ଭିକ୍ଷ ଓ ମହାମାରୀ ସମୟରେ ଚୁଡ଼ା ଚାଉଳ ଧରି ସେ ପ୍ରପୀଡ଼ିତ ଅଞ୍ଚଳରେ ବଣ୍ଟନ କରୁଥିଲେ।କର୍ତ୍ତବ୍ୟ ବୋଧିନୀ ସମିତି ଗଠନ କରି ଭାଷା ବିଲୋପର ତୀବ୍ର ପ୍ରତିବାଦ କରିଥିଲେ। ରମ୍ଭା ଠାରେ ଉତ୍କଳ ସମ୍ମିଳନୀର ପରିଚାଳନା କରିଥିଲେ।୧୯୧୯ ମସିହା ଅକ୍ଟୋବର ୪ ତାରିଖ ଦଶହରା ତିଥିରେ ସାପ୍ତାହିକ ସମାଜ ଖବରକାଗଜ ପ୍ରକାଶନ କରିଥିଲେ।ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ଉତ୍କଳମଣି ବୋଲି ସମ୍ବୋଧନ କରିଥିଲେ ଓ ସମବେତ ଜନତା କରତାଳି ମାଧ୍ୟମରେ ସ୍ଵୀକୃତି ଦେଇଥିଲେ।ଲାଲା ଲଜପତ୍ ରାୟ ତାଙ୍କୁ ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ରୂପେ ଗ୍ରହଣ କରିଥିଲେ ଓ ସେ ଏହାର ଉପାଧ୍ୟକ୍ଷ ମନୋନୀତ ହୋଇଥିଲେ।


ମଧୁସୂଦନ ଦାସଙ୍କ ପ୍ରେରଣାରେ ୧୯୧୭ ମସିହାରୁ ୧୯୨୧ ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ।୧୯୨୧ ମସିହାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ।
“ମଣିଷ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ
କର୍ମେ ଜୀଏଁ ନର କର୍ମ ଏକା ତାର ଜୀବନର ମାନଦଣ୍ଡ” ୧୯୨୮ ମସିହା ଜୁନ ୧୭ ତାରିଖରେ ୫୦ ବର୍ଷ ବୟସରେ ତାଙ୍କର ତିରୋଧାନ ଉପର ଉକ୍ତି ଟିର ସତ୍ୟତା ପ୍ରମାଣିତ କରେ । ତା’ର ଦୁଇ ଘଣ୍ଟା ପୁର୍ବରୁ ନିଜ ଇଚ୍ଛାପତ୍ରରେ ସମାଜ ଓ ସତ୍ୟବାଦୀ ପ୍ରେସ ର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ।
ରଚନାବଳୀ:
ଅବକାଶ ଚିନ୍ତା,କାରାକବିତା, ବନ୍ଦୀର ଆତ୍ମକଥା, ଧର୍ମପଦ,ବ୍ରହ୍ମତତ୍ଵ ବା ନଚିକେତା ଉପାଖ୍ୟାନ,ଗୋମାହାତ୍ମ୍ଯ, ଓଡ଼ିଆର ଜାତୀୟତା ଇତ୍ୟାଦି।
ଆଜି ତାଙ୍କ ଜନ୍ମଦିନରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରୁଛି।🙏🏻
ବାବାଜୀ ଚରଣ ଦାସ,
ପଞ୍ଚସଖା ନଗର,ଡୁମୁଡୁମା, ଭୁବନେଶ୍ବର-୧୯।