ଉତ୍ତମ ଛାତ୍ରଛାତ୍ରୀ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ,,ନବତରୁଣୀ ବିଦ୍ୟାଥୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଶ୍ରୀକୃତି ଅନୁଷ୍ଠିତ

ଗଣିଆ – ( ବିଶ୍ୱରଂଜନ ସେଠି ) ଗଣିଆ ବ୍ଲକ ସ୍ଥିତ ଡ଼ ରାମଚନ୍ଦ୍ର ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ବୁଧବାର ଦିନ ନବତରୁଣ ବିଦ୍ୟାର୍ଥୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ସ୍ରିକୃତି ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ! ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା ବୌଦ୍ଧିକ, କଳା, ତଥା ସମସ୍ତ ପ୍ରକାର ଟେଲେଣ୍ଟର ଚି଼ହ୍ନଟ ତଥା ବିକାଶକୁ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱାଗତ ସମାରୋହ ଉତ୍ସବକୁ ଗଣିଆ ବିଡ଼ିଓ ଡ଼ ବେବିତା ମଞ୍ଜରୀ ନାୟକ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଫୁଲ ଚନ୍ଦନ ଓ ପୂଜାର୍ଚନା ପରେ ଶୁଭ ଉଦଘାଟନ କରି ଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ ରେ କ୍ୟାରିଅର ଗଠନ ଉପରେ ଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ଓ ମନକୁ ଷ୍ଟ୍ରଙ୍ଗ ରଖି ନିର୍ଭିକ ଭାବେ ଜୀବନର ସବୁ ପରିସ୍ଥିତିର ମୁକାବିଲା କଲେ ସବୁ କ୍ଷେତ୍ରରେ ସଫଳତା ପାଇ ପାରିବ ବୋଲି ନିଜର କ୍ୟାରିୟର ଉପରେ ଅନେକ ଉଦାହରଣ ଦେଇ ଅଧ୍ୟାପକ ଓ ଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇଥିଲେ ଏବଂ ଡିପ୍ରେସନର ସବୁଠୁ ବେଷ୍ଟ ଉପାୟ ହେଉଛି କନଭରସେସନ ବୋଲି ଛାତ୍ରୀଙ୍କ ପ୍ରଶ୍ନର ଉତ୍ତରରେ ବୁଝାଇଥଲେ !

ମୁଖ୍ୟ ବକ୍ତା ଭାବେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରଜତ କୁମାର ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ତହସିଲଦାର ସୁଶ୍ରୀ ପ୍ରୀତିବାଳା ରଣା ଯୋଗ ଦେଇ କଠିନ ପରିଶ୍ରମ ଓ ଶୃଙ୍ଖଳା ରଖିବା ସହ ଆମ ସଂସ୍କୃତି ପରମ୍ପରା ଉପରେ ମଧ୍ୟ ଅନେକ ଉଦାହରଣ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା, ମହାବିଦ୍ୟାଳୟର ସମ୍ପାଦକଡ଼ ଏଲ ଡି ଇରାଡ଼ ସେଠ , ଆଦର୍ଶ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଝଡ଼େଶ୍ୱର ପାଣିଗ୍ରାହୀ , ମହାବିଦ୍ୟାଳୟର ଉପାଧକ୍ଷ ଉମାକାନ୍ତ ବେହେରା ମଞ୍ଚାସିନ ଥିଲେ ! ଓଡ଼ିଆ ଅଧ୍ୟାପିକା ଜିତେନ୍ କୁମାର ପାଣିଗ୍ରାହୀ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଉପାଧକ୍ଷ ଉମାକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l
l ନବାଗତା ଛାତ୍ରୀ ମାନଙ୍କ ଦ୍ୱାରା ଖୁବ ସୁନ୍ଦର ନାଚ ଗୀତ ଓ ଅନେକ ଟେଲେଣ୍ଟ ପରିବେଶଣ ମାଧ୍ୟମରେ ଅପରାହ୍ନ ୧ ଘଣ୍ଟାରୁ ସନ୍ଧ୍ୟା ୫ଟା ଯାଏ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅତିଥି ମାନଙ୍କୁ ଊଚ୍ଚ କୋଟିର ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ସିନିଅର ଛାତ୍ରୀଙ୍କ ଦ୍ୱାରା ପରିବେଷଣ ସ୍ୱାଗତ ସଂଗୀତ ଅତିଥି ମାନଙ୍କର ମନ ମୁଗ୍ଧକର ହୋଇଥିଲା ! କାଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ !