ଉପକୂଳ ଓଡ଼ିଶାରେ ଗୁରୁବାରଠାରୁ ଦିନ ତାପମାତ୍ରା ବଢ଼ିବ

ଆନ୍ଧ୍ର ଉପକୂଳରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟକୁ ଜଳୀୟ ବାଷ୍ପ ଆସୁଥିବାରୁ ପାଗ ମେଘୁଆ ରହିବା ସହ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ତଳେ ରହୁଛି। ତେବେ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ବାୟୁ ପ୍ରବାହର ଦିଗ ପରିବର୍ତ୍ତନ ହେବା ସହ ତାତି ବଢ଼ିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରକୁ ଉଠିଯିବ। ମାର୍ଚ୍ଚ ୩ ତାରିଖରେ ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ପାର୍‌ କରିବ ।

୪ ଓ ୫ରେ ପାଗ ସାମାନ୍ୟ ମେଘୁଆ ରହିପାରେ । ୫ ତାରିଖ ସୁଦ୍ଧା ଦିନ ତାପମାତ୍ରା ୩ ଡିଗ୍ରୀ ଯାଏ ବଢ଼ିବ ବୋଲି ସେ ଆକଳନ କରିଛନ୍ତି । ଉପକୂଳରେ ଆସନ୍ତା ୩ଦିନ ଯାଏ ସକାଳୁ କୁହୁଡ଼ି ଦୃଶ୍ୟମାନ ହୋଇପାରେ ।ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ।