ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାଇଟ ନେଲେ ଉପମୁଖ୍ୟମନ୍ତ୍ରୀ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାମ୍ବାଦିକ ସାଜି ବୁମ୍‌ ଧରି ପ୍ରଶ୍ନ ପଚାରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ। ପ୍ରଭାତୀଙ୍କୁ ଆଜିର ବିଧାନସଭା ପରିସରରେ ଯେଉଁ ଚନ୍ଦନ ଗଛ ଲଗାଇଲେ ଏନେଇ ସମାଜକୁ କ’ଣ ବାର୍ତ୍ତା ଦେବାକୁ ଚାହିଁବେ ବୋଲି କନକବର୍ଦ୍ଧନ ପ୍ରଭାତୀଙ୍କୁ ପ୍ରଶ୍ନ ପଚାରିଥିଲେ। ଗଛ ଲଗାଇ ଆପଣଙ୍କୁ କିଭଳି ଲାଗୁଛି, ଏକ ପେଡ ମା କେ ନାମ କାର୍ଯ୍ୟକ୍ରମକୁ କେମିତି ଦେଖୁଛନ୍ତି ଏହିଭଳି ଅନେକ ପ୍ରଶ୍ନ ପଚାରିଥିଲେ କନକ ବର୍ଦ୍ଧନ । ଯାହାକୁ ନେଇ ଗଣମାଧ୍ୟମ ପ୍ରତିନିଧି, ଉଭୟ ଉପ ମୁଖ୍ୟମନ୍ତ୍ରୀ ଏବଂ ପାଖରେ ଥିବା ବିଧାୟକମାନେ ଏହି ମଜାଦାର ସମୟକୁ ଉପଭୋଗ କରିଥିଲେ ।