ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ସହଯୋଗ ଲୋଡିଲା ଏନଡିଏ
ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ପ୍ରସ୍ତୁତିକୁ ଜୋରଦାର କରିଛି ଏନ୍ଡିଏ । ଗତକାଲି ପ୍ରାର୍ଥୀ ଘୋଷଣା କରିବା ପରେ ସମର୍ଥନ ଯୋଗାଡ଼ ଆରମ୍ଭ କରିଛି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଫୋନ୍ରେ କଥା ହୋଇଛନ୍ତି ରାଜନାଥ ସିଂ । କଂଗ୍ରେସ ଓ ବିଜେପି ଠାରୁ ସମଦୂରତା କଥା କହି ରାଜନୀତି କରୁଥିବା ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରେ କେଉଁ ପଟକୁ ଢଳିବ ସେନେଇ ଅନେକ ଦିନ ଧରି ଚର୍ଚ୍ଚା ଚାଲିଛି ।
ଯଦିବା ଏନଡିଏ ପ୍ରାର୍ଥି ସି.ପି ରାଧାକ୍ରିଷ୍ଣଙ୍କୁ ଜିତିବାରେ କୌଣସି ଅସୁବିଧା ନାହିଁ ତଥାପି ଏନଡିଏ ବିଭିନ୍ନ ଆଞ୍ଚଳିକ ଦଳର ସମର୍ଥନ ଲୋଡୁଛି । ଏହି କ୍ରମରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଜେଡି ସୁପ୍ରିମୋଙ୍କୁ ଟେଲିଫୋନ୍ କରି ସମର୍ଥନ ମାଗିଛନ୍ତି । ପୂର୍ବରୁ ଦଳର ବରିଷ୍ଠ ବିଜେଡି ନେତା ମହେଶ ସାହୁ କହିଥିଲେ କି ଉପରାଷ୍ଟ୍ରପତି ନିର୍ବାଚନରେ ଦଳ ସମର୍ଥନ କରିବ ନାହିଁ । ଏବେ ରାଜନାଥ ସିଂ କଥା ହେବା ପରେ ଦଳ କ’ଣ ନିଷ୍ପତ୍ତି ନେବ ତା’ ଉପରେ ନଜର ରହିଛି । ଏହା ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ଙ୍କ ସହ କଥା ହୋଇଛନ୍ତି ରାଜନାଥ ସିଂ।
